Breaking

ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

0

ଭୁବନେଶ୍ୱର:ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ‘ଉତ୍ସବାନୁଷ୍ଠାନ(ଫେଷ୍ଟିଭାଲ) ପର୍ଯ୍ୟାୟ’ରେ ପୁରୀ ରଥଯାତ୍ରାକୁ ଗୁରୁତ୍ୱର ସହିତ ବିଚାର କରାଯାଇ ରନର୍ସ ଅପ୍‌ ପୁରସ୍କାର ମିଳିଛି । ଆଜି ପୂର୍ବାହ୍ନରେ ଇଣ୍ଡିଆ ଟୁଡେ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ତାଜମହଲ ହୋଟେଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କେ.ଜେ. ଆଲ୍‌ଫୋନ୍ସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ଓଡ଼ିଶା ପାଇଁ ଏହି ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ଟୁଡେ ପତି୍ରକାର ସଂପାଦକ ରାଜ ଚେଙ୍ଗାପା, ଉତ୍ତର ପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ରିତା ବହୁଗୁଣାଙ୍କ ସମେତ ରାଜସ୍ଥାନର ପର୍ଯ୍ୟଟନ ମନ୍ତ୍ରୀ, ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର, ତାମିଲନାଡ଼ୁର ପର୍ଯ୍ୟଟନ ବିଭାଗର କମିଶନର, ନିର୍ଦ୍ଦେଶକ ଓ ଉଚ୍ଚପଦସ୍ଥ ଅଧିକାରୀ ତଥା ପ୍ରଶାସକବୃନ୍ଦ ଉପସ୍ଥିତ ଥିଲେ । ଦିଲ୍ଲୀସ୍ଥିତ ଯୁଗ୍ମ ଆବାସିକ କମିଶନର ରୀନା ମହାପାତ୍ର ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁବ୍ରତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.