Breaking

ଭାରତ ଧରାଶାୟୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଧରାଶାୟୀ ଭାରତ । ଆୟୋଜକ ଇଂଲଣ୍ଡ ଠାରୁ ଦଳ ୩୧ ରନରେ ପରାଜିତ ହୋଇଛି । ବର୍ମିଂହାମ ଏଜବାଷ୍ଟନ୍ ଗ୍ରାଉଣ୍ଡରେ ଆଜି ବଡ଼ ମୁକାବିଲା ଖେଳାଯାଇଥିଲା । ବିଶ୍ୱକପ୍ ଲଢ଼େଇରେ ଇଂଲଣ୍ଡ ଦେଇଥିବା ୩୩୮ ରନର ଟାର୍ଗେଟକୁ ପିଛା କରି ଶେଷରେ ପରାସ୍ତ ହୋଇଛି ଭାରତ । ରୋହିତ ଶର୍ମାଙ୍କ ଦମଦାର ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ୱେ ପରାଜିତ ହୋଇଛି ଦଳ । ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୦୬ ରନ୍‌ କରିଛି। ଏହି ବିଜୟ ସହ ଇଂଲଣ୍ଡର ସେମିଫାଇନାଲ ମ୍ୟାଚ୍‌ ଖେଳିବାର ଆଶା ବଢ଼ିଛି ।ବର୍ମିଂହାମରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୭ଟି ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା ।ପ୍ରଥମରୁ ହିଁ ବଡ଼ ଟର୍ଗେଟ୍ ନେଇ ଦଳ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । କାରଣ ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା । କର ବା’ ମର ସ୍ଥିତିରେ ରହିଥିଲା ଇଂଲଣ୍ଡ । ଏହି ମ୍ୟାଚ୍ ଉପରେ ନିର୍ଭର କରୁଥିଲା, ଘରୋଇ ଦଳର ସେମିଫାଇନାଲ ଅଭିଯାନ । ଯେଉଁ ଆଭିମୁଖ୍ୟ ନେଇ ଇଂଲଣ୍ଡର ଦୁଇ ଓପନର୍ ଜସନ୍ ରୟ ଓ ବେୟାରଷ୍ଟ୍ରୋ ପଡ଼ିଆକୁ ଓହ୍ଲାଇଥିଲେ, ପ୍ରଥମ ଓଭରରୁ ତାହା ଜଣା ପଡିଯାଇଥିଲା । ୨୩ ତମ ଓଭର ପର୍ଯ୍ୟନ୍ତ ଓପନିଂ ଯୋଡିକୁ ଭାଙ୍ଗି ପାରିନଥିଲେ ଭାରତୀୟ ବୋଲର । ଅପେକ୍ଷାକୃତ ଛୋଟ ଗ୍ରାଉଣ୍ଡର ଫାଇଦା ଉଠାଇ ପଡ଼ିଆ ଚାରିପଟେ ଚୌକା ଛକାର ବର୍ଷା କରିଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ।

loading...

Leave A Reply

Your email address will not be published.