Breaking

ରଥଯାତ୍ରା ପାଈ ପ୍ରସ୍ତୁତି ବୈଠକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୀଳାଦ୍ରୀ ଭକ୍ତ ନିବାସଠାରେ ଏହି ବୈଠକରେ ରଥଯାତ୍ରାକୁ କଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଆଇନ୍, ଶକ୍ତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ମାନେ ଉପସ୍ଥତିରେ ରଥାଯାତ୍ରାକୁ ସୁରୁଖୁରରେ ଶେଷ କରିବାକୁ ଜୋରଦାର ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ୫ଶହଟି ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପିଇବା ପାଣି ପାଇଁ ୩୨ ଟି ଟ୍ୟାଙ୍କର ରଖାଯାଇଛି । ବିଜୁଳି ଓ ଡ୍ରେନ୍ ତଥା ଅନ୍ୟାନ୍ୟ କାର୍ଯ୍ୟର ତଦାରଖ ପାଇଁ ୨ ହଜାର ସରକାରୀ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସରକାରୀ ଆମ୍ବୁଲାନ୍ସ ସଜାଗ ରହିବ । ସେହିପରି ଭକ୍ତଙ୍କ ସୁରକ୍ଷା ପାଇଁ ୪ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୫ ପ୍ଲାଟୁନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କୁ ମିଶାଇ ୧୦ ହଜାର ପୋଲିସ ରଥଯାତ୍ରାରେ ମୁତୟନ ରହିବେ ।ସେପଟେ, ରଥଯାତ୍ରା ପାଇଁ ତିନି ଦିନ ପାଇଁ ଟୋଲ ଗେଟ୍ ଫ୍ରି ହେବ । ଶ୍ରୀଗୁଣ୍ଡିଚା, ବାହୁଡା ଏବଂ ସୁନାବେଶଦିନ ଭକ୍ତଙ୍କ ପାଇଁ ଟ୍ରୋଲ୍ ଫ୍ରି ରହିବ । ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥରେ ୫ଟି ଆମ୍ବୁଲାନ୍ସ ରହିବ । ଜୁଲାଇ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ରହିବ ।

loading...

Leave A Reply

Your email address will not be published.