Breaking

ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”

0

“ମୁଡ଼ ସ୍ୱିଙ୍ଗ ଓଡ଼ିଶା” ୟୁ ଟୁବ୍ ଚ୍ୟାନେଲ୍ ଆସନ୍ତାକାଲି ପବିତ୍ର ରଥଯାତ୍ରା ଉପଲକ୍ଷେ ଏକ ସୁନ୍ଦର ହୃଦୟସ୍ପର୍ଶୀ ଭଜନ, ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତି ନୈବେଦ୍ୟ ସ୍ୱରୂପ ମୁକ୍ତିଲାଭ କରିବାକୁ ଯାଉଛି । ହେ ପୁରୁଷୋତ୍ତମ! ଅନୁପମ ତୁମ କମନୀୟ ରୂପକାନ୍ତି ଏହି ଗୀତଟିକୁ ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି, ବ୍ରହ୍ମପୁର ସହରର ସୁନାମଧନ୍ୟ ଗୀତିକାର ସୁଜ୍ଞାନୀ ମିଶ୍ର ଓ ଏହି ଗୀତକୁ ସଂଗୀତରେ ସଜ୍ଜାଇଛନ୍ତି ନିହାର ଆଚାର୍ଯ୍ୟ । ଏହି ଗୀତଟିକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର । ଏହି ଗୀତର ସଂଯୋଜନା କରିଛନ୍ତି ଚନ୍ଦ୍ରଶେଖର ଓ ଏହି ଗୀତଟି ଭୁବନେଶ୍ୱରର ଆମ ଷ୍ଟୁଡ଼ିଓ ଠାରେ ରେକର୍ଡ଼ କରାଯାଇଛି । ଏହି ଗୀତଟିର ପ୍ରୟୋଜକ ହେଉଛନ୍ତି ଚ୍ୟାନେଲ୍‌ର ପ୍ରତିଷ୍ଠାତା ନିହାର ରଂଜନ ଆଚାର୍ଯ୍ୟ, ଯିଏ କି ଏହାର ସଂଙ୍ଗୀତ ଦେଇଛନ୍ତି । ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ଓଡ଼ିଆ ତଥା ଅନ୍ୟ ସମସ୍ତ ଭାଷାଭାଷୀ ଏହି ଗୀତକୁ ଉପଭୋଗ କରିବେ ସମସ୍ତେ ଆଶାବାଦୀ ।

loading...

Leave A Reply

Your email address will not be published.