Breaking

ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍‌ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨

ଉଦ୍‌ଘାଟନ କଲେ ବଲିଉଡ଼୍ ଅଭିନେତ୍ରୀ ମୁଗ୍ଧା ଗଡ଼ସେ

0

ଭୁବନେଶ୍ୱର : ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଛି ମହିଳା କାର୍ଣ୍ଣିଭାଲ । ଏହା ୩ ଦିନ ଯାଏଁ ଚାଲିବ । ମୁଖ୍ୟ ଅତିଥି ଭାବେ ବଲିଉଡ଼୍ ଅଭିନେତ୍ରୀ ମୁଗ୍ଧା ଗଡ଼ସେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଣ୍ଣିଭାଲରେ ମାନସୀ ଡ଼ିଜାଇନ୍ ଷ୍ଟୁଡ଼ିଓ ସହିତ ଇଣ୍ଡଲଜ୍ ବ୍ରାଇଡ଼ାଲ ପୋଷାକ, ଶାଢୀ, ଲେହେଙ୍ଗା, ଏଥନିକ, ପାର୍ଟିୱେୟାର ଓ ୱିଣ୍ଡୋୱେୟାର ପୋଷାକ ଉପଲବ୍ଧ ରହିବ । ବଲିଉଡ଼୍ ଅଭିନେତ୍ରୀ ଗଡ଼ସେ କପଡ଼ାର ଗୁଣବା ଏବଂ ସେମାନଙ୍କ ଉପରେ କରାଯାଇଥିବା ବ୍ୟାପକ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମୁମ୍ବାଇରେ ଏଭଳି ଏକ ମଲ୍ ଖୋଲିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଆଇ.ଏନ୍‌.ଡ଼ବ୍ଲୁ.ଇ.ସି ଏବଂ ଇଣ୍ଡଲଜ୍ ମଲ୍ ସହଭାଗିତାରେ କେଶ ଓ ଚର୍ମ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଥିଲା । ଏଥିରେ ମହିଳା ଉଦ୍ୟୋଗୀ ପରିଷଦର ଆବାହକ ତଥା ଇଣ୍ଡଲଜ୍‌ର ପ୍ରତିଷ୍ଠାତା ସୁର୍କିତ୍ତୀ ପଟ୍ଟନାୟକ ଏବଂ ସହ ଆବାହକ ତନୟା ପଟ୍ଟନାୟକ ଉପସ୍ଥିତ ରହି ନିଧି ଅଗ୍ରୱାଲ୍‌ଙ୍କ ଏହି ପ୍ରୟାସକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ମହିଳା କାର୍ଣ୍ଣିଭାଲ ଅବସରରେ ବ୍ରାଇଡ଼ାଲ୍ ମଲ୍‌ର ସମସ୍ତ ସାଲୁନ୍ ସେବାରେ ୨୫%, ପ୍ରଫେସନାଲ ଚର୍ମ ଓ କେଶ କେୟାର ଉପରେ ୫% ଏବଂ ଅଳଙ୍କାର ଏବଂ ପୋଷାକ ଉପରେ ୧୦%ର ରିହାତି ରହିଛି । ସେହିପରି ଏହି କାର୍ଣ୍ଣିଭାଲରେ ଜ୍ୟୋତିଷ ଶାସ୍ତ୍ର, ନେଲ୍ ଆର୍ଟ, ମେହେନ୍ଦୀ ସହ ସ୍ନାକ୍ସ ଏବଂ ମଜ୍ଜା କ୍ରୀଡ଼ା ରହିଛି । ଏଥିରେ ଦକ୍ଷିଣ କୋରିଆର ଏକ ଆଟୋମି ଉତ୍ପାଦ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍‌ର ଅନ୍ୟତମ ନିର୍ଦ୍ଦେଶିକା ଅମିତା, ପ୍ରିୟା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.