Breaking

ବିଜେପିରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ

0

ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି।

୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ବୟନ ଶିଳ୍ପ ଓ ଗଣ ଶିକ୍ଷା ବିଭାଗର ସଚିବ ରହି ସାରିଛନ୍ତି । ଗଣ ଶିକ୍ଷା ବିଭାଗରେ ଥିବାବେଳେ ଅଧିକ ଚର୍ଚ୍ଚାକୁ ଆସିଥିଲେ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେ କଠୋର ପଦକ୍ଷେପ ନେଇଥିଲେ । ଶିକ୍ଷକଙ୍କ ପାଇଁ ୟୁନିଫର୍ମ ବ୍ୟବସ୍ଥା ମଧ୍ୟ କରିଥିଲେ । ବିଶେଷତଃ ୨୦୦୬ରୁ ୨୦୦୯ ବେଳେ ସେ ବିଏମ୍‌ସି କମିଶନର ଥିବାବେଳେ ତାଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ ହୋଇଥିଲା ଏବଂ ସେ ବହୁଳ ଭାବେ ଚର୍ଚ୍ଚିତ ହୋଇଥିଲେ। ସେ ଭୁବନେଶ୍ୱର କମିଶନର୍‌ ଥିବା ବେଳେ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା କରି ଦୋକାନୀଙ୍କୁ ଏକ ନୂତନ ପରିଚୟ ଦେଇଥିଲେ । ଏହା ସହିତ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ, ତତକ୍ଷଣାତ୍ କାର୍ଯ୍ୟ ଓ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯେଉଁଥିରେ ଭୁବନେଶ୍ୱର ବାସିନ୍ଦାଙ୍କ ସେ ଅତି ପ୍ରିୟ ହୋଇଯାଇଥିଲେ ।

loading...

Leave A Reply

Your email address will not be published.