Breaking

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ମାଧୁରୀ ଦୀକ୍ଷିତ

0

ଭୁବନେଶ୍ୱର :ଆସନ୍ତା ୨୭ ଅର୍ଥାତ୍ ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ବିଭିନ୍ନ ଦେଶର ହକି ଦଳ ବି ରାଜଧାନୀରେ ଆସି ପଂହଚିଗଲେଣି। ଉଦଘାଟନୀ ଉତ୍ସବରେ ଆକର୍ଷଣର କେନ୍ଦ୍ର ପାଲଟୁଥିବା ଧକ୍ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ନୃତ୍ୟ ପରିବେଷଣ କରିବେ । ଏଥିପାଇଁ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଚିଂ ସାରିଛନ୍ତି ମାଧୁରୀ ଦୀକ୍ଷିତ ନେନେ । ଆଜି ଅପରାହ୍ନରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆୟୋଜକଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ସନ୍ଧ୍ୟାରେ ଆୟୋଜିତ ହେବ ଉଦଘାଟନୀ ସମାରୋହ । ଏଥିରେ ମାଧୁରୀ ଭୂଦେବୀ ନୃତ୍ୟ କରିବେ । ଏହି ଗୀତରେ ବାର୍ତ୍ତା ରହିଛି ଆମେ ସମସ୍ତେ ଏକ ।ଏକ ହଜାର ଶହେ କଳାକାରଙ୍କ ସହ ପଫର୍ମ କରିବେ ଧକ ଧକ ଗାର୍ଲ । ୪୦ ମିନିଟ ଧରି ଷ୍ଟେଜରେ ମାଧୁରୀ ଦୀକ୍ଷିତ ଏଗାର ଶହ କଳାକାରଙ୍କ ସହିତ ଅନବରତ ନାଚିବେ ।କି ନୃତ୍ୟ ପ୍ରଦର୍ଶନ କରିବେ ବୋଲି ମାଧୁରୀଙ୍କୁ ବିମାନ ବନ୍ଦରରେ ପଚାରା ଯିବାରୁ ସେ କହିଥିଲେ କାଲି ଦେଖିବେ ।

loading...

Leave A Reply

Your email address will not be published.