Breaking

କ୍ରିଷ୍ଟାଲ ଟାଓ୍ଵାରରେ ଅଗ୍ନିକାଣ୍ଡ ! ୪ ମୃତ , ୧୬ ଗୁରୁତର

0

ମୁମ୍ବାଇ : ବଡ଼ ଧରଣର ଅଗ୍ନିକାଣ୍ଡ । ମୁମ୍ବାଇର ପରେଲରେ ହିନ୍ଦମାତା ସିନେମା ହଲ୍ ନିକଟରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ ଲାଗିଛି ।ନିଆଁର ପ୍ରକୋପ ଏତେ ଥିଲା ଯେ ଏହା ଧୀରେ ଧୀରେ ବ୍ୟାପିବାକୁ ଲାଗିଥିଲା। ତୁରନ୍ତ ୮ଟି ଦମକଳ ବାହିନୀ, ୪ଟି ୱାଟର ଟ୍ୟାଙ୍କର ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଗୁରୁତର ହୋଇଛନ୍ତି ।ଆହୁରି କେତେଜଣ ଲୋକ ସେଠାରେ ଫସି ରହିଛନ୍ତି । ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛି । ନିଆଁ ଲାଗିବା କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

You May Like Here:

            ⇓

loading...

Leave A Reply

Your email address will not be published.