Breaking

ହାଇଟେକ୍ ଦଶହରା : ଏଥର ଅନଲାଇନ୍ ରେ ଆଳତି ଆଉ ପୁଷ୍ପାଞ୍ଜଳି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଉ ଦୁଇ ଦିନ ଅପେକ୍ଷା ପରେ ଧରାପୃଷ୍ଠକୁ ଅବତରଣ କରିବେ ଦୁର୍ଗା ମାଆ। ପୂଜା ମଣ୍ଡପ ଚଳଚଞ୍ଚଳ କିନ୍ତୁ ଭକ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳୁନାହିଁ। କୋଭିଡ୍ ପରିସ୍ଥିତିକୁ ଆଖି ଆଗରେ ରଖି ଏଥର ପୂଜା ମଣ୍ଡପ ରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।
କିନ୍ତୁ ଭକ୍ତ ମାନଙ୍କୁ ମାଆଙ୍କ ଦର୍ଶନ, ପୁଷ୍ପାଞ୍ଜଳି ଏବଂ ଆଳତି ରୁ ବଞ୍ଚିତ ନ କରିବା ଲାଗି ଅନଲାଇନ୍ ରେ ପୂଜା ପ୍ରସାରଣ କରିବା ପରି ଅଭିନବ ପଦକ୍ଷେପ ନେଇଛନ୍ତି ନୟାପଲ୍ଲୀ ଏବଂ ସହିଦ ନଗର ଦୁର୍ଗାପୂଜା କମିଟି। ପୂଜା ମଣ୍ଡପ ରେ ପୂଜକଙ୍କ ସମେତ ଏକା ସହିତ ସାତ ଜଣଙ୍କ ଠାରୁ ଅଧିକ ଲୋକ ରହିବାର ନିୟମ ନଥିବାରୁ ଏହିପରି ପଦକ୍ଷେପ ନିଆଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି।
ପୂଜାର ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପୂଜାର ସିଧା ପ୍ରସାରଣ କମିଟିର ଫେସବୁକ୍ ପେଜ୍ ଓ ୟୁ ଟ୍ୟୁବ୍ ଚ୍ୟାନେଲ ରେ କରାଯିବ ବୋଲି ସୂଚନା ମିଳିଛି। ଏହା ସହିତ ଅନଲାଇନ୍ ପୁଷ୍ପାଞ୍ଜଳି, ଆଳତି, ଭୋଗ ର ମଧ୍ୟ ସୁବିଧା କରାଯାଇଛି। ଶ୍ରଦ୍ଧାଳୁ ମାନେ ଚାହିଁଲେ ଅନଲାଇନ୍ ରେ ଦେୟ ପୈଠ କରି କୌଣସି ବିଶେଷ ପୂଜା ମଧ୍ୟ କରାଇ ପାରିବେ।

loading...

Leave A Reply

Your email address will not be published.