Breaking

‘ଡ୍ରାଏ ଡେ’

ନିର୍ବାଚନ କମିଶନର ଙ୍କ କଡା ନିର୍ଦେଶ !ନିର୍ବାଚନ ଭୋଟ୍ ଗଣତିର ୪୮ ଘଣ୍ଟା " ଡ୍ରାଏ ଡେ"

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ଚଳିତ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିର୍ବାଚନର ୪୮ ଘଣ୍ଟାକୁ ‘ଡ୍ରାଏ ଡେ’ ଭାବେପାଳନ କରିବାକୁ କଡ଼ାକଡ଼ ନିର୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ଏହି ଅବଧିରେ ବୁଥ୍ ନିକଟ ୭ରୁ ୧୦ କି.ମି.ଭିତରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହିବ। ଜିଲ୍ଲାର ଗୋଟିଏ ଅଞ୍ଚଳରେ ନିର୍ବାଚନ ହେଲେ, ସେହି ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ମଦ ଚାଲାଣ ଓ ଏହାଦ୍ବାରା ଉପୁଜୁଥିବା ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିବା ସହ ତାଗିତ୍ କରିଛନ୍ତି ଭାରତୀୟ ନିର୍ବାଚନ କମିସନର। ନିର୍ଦ୍ଦେଶନାମା ଅନୁଯାୟୀ, ୪୮ ଘଣ୍ଟାର ‘ଡ୍ରାଏ ଡେ’ ମତଦାନ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ଓ ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

loading...

Leave A Reply

Your email address will not be published.