Breaking

ଆଜି ଅଶୋକାଷ୍ଟମୀ

ଭୁବନେଶ୍ୱରରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଜି ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ କରାଯିବା ପରେ ୫ଟାରୁ ଶ୍ରଦ୍ଧାଳୁଙ୍କ ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା। ସକାଳ ୬ଟା୩୦ରୁ ସାହଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର ଓ ମାଘସ୍ନାନ ବେଶ କରାଯାଇ ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ ମହାପ୍ରଭୁ ଲିଙ୍ଗରାଜଙ୍କର ପହଣ୍ଡି କରାଯିବ। ଏହା ପରେ ରଥପ୍ରତିଷ୍ଠା,ଛେରା ପହଁରା ଏବଂ ଅନ୍ୟ ସମସ୍ତ ପୂଜା ସମାପନ ହେବା ପରେ ଅପରାହ୍ନ ସାଢେ ୩ଟାରୁ ୪ଟା ମଧ୍ୟରେ ଆରମ୍ଭ ହେବ ରଥଟଣା। ବିଗତ ବର୍ଷଗୁଡିକରେ ଦେଖାଯାଉଥିବା ବିଶୃଙ୍ଖଳାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

loading...

Leave A Reply

Your email address will not be published.