Breaking

ଆଜି ପବିତ୍ର ରାମ ନବମୀ

ରାମ ମନ୍ଦିର ଗୁଡିକରେ କଡା ସୁରକ୍ଷା।ଶ୍ରୀମନ୍ଦିର ରେ ସ୍ବତନ୍ତ୍ର ନୀତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ଆଜି ପବିତ୍ର ରାମନବମୀ । ରାମମୟ ଗାଁ ଠାରୁଁ ସହର । ଶ୍ରୀମନ୍ଦିରରେ ଆଜି ରାମ ନବମୀ ନୀତି । ସେଥିପାଇଁ ଠାକୁରଙ୍କ ସାଧାରଣ ଦର୍ଶନ ୪ ଘଂଟା ବନ୍ଦ ରହିବ । ରାମ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ।ସେପଟେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ମହାପ୍ରଭୂଙ୍କ ଆଜ୍ଞାମାଳ ବିଜେ ମହାପ୍ରଭୁଙ୍କ ରଥ ଲାଗି କାଠ ଚିରଟ ହେବ । ପରମ୍ପରା ଅନୁସାରେ ରାମ ନବମୀ ଦିନ ତିନିରଥ ପାଇଁ ୩ଟି କାଠ ଚିରଟ ହୋଇଥାଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ମହାରଣା ସେବାୟତ ରଥ କାଠ ନିକଟରେ ପହଂଚି ସେଠାରେ ପୂଜାଚର୍ଚ୍ଚନା କରିଥାନ୍ତି । ଏହାପରେ ରଥ ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଥାଏ । ତେଣୁ ରୀତିନୀତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି।

loading...

Leave A Reply

Your email address will not be published.