Breaking

ଦୋହଲିଲା ଦିଲ୍ଲୀ

0

ଭୂବନେଶ୍ବର : ଦିଲ୍ଲୀର ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ଥିଲା ୬.୪ । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ୫ଟା ୫୦ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ପର୍ବତମାଳା ବୋଲି ସୂଚନା ମିଳିଛି । ଦିଲ୍ଲୀର ଗାଜିଆବାଦରେ ମଧ୍ୟ ଭୂକମ୍ପର ହାଲକା ଝଟକା ଅନୂଭୂତ ହୋଇଛି । ଭୂମିକମ୍ପ ହେବା ଜାଣିବା ପରେ ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଚାଲି ଆସିଛନ୍ତି । କେବଳ ଦିଲ୍ଲୀ ନୁହେଁ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନି । ଉଭୟ ସ୍ଥାନରେ ଲୋକ ବାହାରକୁ ସୁରକ୍ଷିତ ସ୍ଥାନକୁ ଆସିବା ସହ ଭୟଭୀତ ଅବସ୍ଥାରେ ଅଛନ୍ତି ।

loading...

Leave A Reply

Your email address will not be published.