Breaking

ଆପୋଲୋ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ : କାରଣ ଅସ୍ପଷ୍ଟ

0

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଅପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହୀନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି ।ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।ଏହି ଘଟଣା ପରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଥମେ ବ୍ୟାଟେରୀ ରୁମ୍ ନିକଟରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲାାଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି । ରୋଗୀମାନଙ୍କୁ ଅନ୍ୟ ଏକ ରାସ୍ତା ଦେଇ ବାହାରକୁ ବାହାର କରିଦିଆଯାଇଛି । ତେବେ ଆଇସିୟୁରେ କୌଣସି କ୍ଷତି ଘଟିନଥିବା ବେଳେ ରୋଗୀମାନଙ୍କର ଅବସ୍ଥା କଣ ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

loading...

Leave A Reply

Your email address will not be published.