Breaking

ଭାରତୀୟ ବୋହୁ ବେଶରେ ମଥାରେ ସିନ୍ଦୁର, ମଙ୍ଗଳ ସୂତ୍ରରେ ସଜେଇ ହୋଇ ଭାରତ ଫେରିଲେ ଦୀପିକା

0

ମୁମ୍ବାଇ: ବିବାହ ସାରି ଆଜି ସକାଳେ ଦୀପବୀର ମୁମ୍ବାଇରେ ପହଁଞ୍ଚିଛନ୍ତି । ଉଭୟଙ୍କୁ ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦୁହେଁ ସକାଳ ୮ଟାରେ ବିମାନରୁ ଓହ୍ଲାଇବାର ଥିଲା । କିନ୍ତୁ ଫ୍ୟାନ୍‌ମାନେ ଏହି ନବ ବିବାହିତ ସେଲିବ୍ରିଟି ଦମ୍ପତିଙ୍କୁ ଦେଖିବାକୁ ଉତ୍ସାହୀ ହୋଇ ସକାଳ ୬ଟାରୁ ଭିଡ଼ ଜମେଇ ବସିଥିଲେ । ଉଭୟେ ଏୟାରପୋର୍ଟ୍‌ରୁ ବାହାରକୁ ବାହାରିବା କ୍ଷଣି ତାଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ କ୍ରେଜ୍‌ କହିଲେ ନସରେ ।

ଉତ୍କଣ୍ଠା ଦେଖି ଦୀପ୍‌ବୀର୍‌ ବି ଖୁବ୍‌ ଖୁସି ହୋଇଥିଲେ ବୋଲି ତାଙ୍କ ମୁହଁରୁ ବାରି ହେଉଥିଲା ।ଏୟାରପୋର୍ଟ ଭିତରେ ଏକ ସିଲ୍କ୍‌ କୁର୍ତ୍ତାରେ ଦୀପିକା ଖୁବ୍‌ ସାଧାରଣ ଦଶୁଥିଲେ । ମଥାରେ ସିନ୍ଦୁର, ହାତରେ ଚୁଡ଼ି, ବେକରେ ମଙ୍ଗଳସୂତ୍ର ତାଙ୍କ ସୌନ୍ଦର୍ଯ୍ୟର ଶୋଭାକୁ ଆହୁରି ଦ୍ୱିଗୁଣିତ କରୁଥିଲା । କିନ୍ତୁ ସେ ବାହାରକୁ ବାହାରିବା ପରେ ସିଲ୍କ୍‌ କୁର୍ତ୍ତା ସହ ନାଲି ଓଢଣୀଟିଏ ମୁଣ୍ଡରେ ଢାଙ୍କିବା ପରେ ଫ୍ୟାନ୍‌ମାନେ ଖୁବ୍ ଖୁସି ହୋଇଯାଇଥିଲେ ।

ଆସନ୍ତା ୨୧ ତାରିଖରେ ବାଙ୍ଗାଲୁରୁରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ରିସେପସନର ଆୟୋଜନ କରିଛନ୍ତି । ଆସନ୍ତା ୨୮ ତାରିଖରେ ମୁମ୍ବାଇରେ ମିଡ଼ିଆ ପର୍ସନଙ୍କ ପାର୍ଟି ରଖିଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୧ ତାରିଖରେ ବଲିଉଡର ଅଭିନେତା, ଅଭିନେତ୍ରୀ ଏବଂ ସେଲିବ୍ରିଟିଙ୍କ ପାଇଁ ଏକ ରିସେପସନ ଆୟୋଜନ କରିଛନ୍ତି ।

loading...

Leave A Reply

Your email address will not be published.