ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପରେ ୧୬ଟି ଟିମ୍ ଲଢ଼ାଇ କରିବେ। ଏହା ପୂର୍ବରୁ ହକି ଇଣ୍ଡିଆ ନଭେମ୍ବର ୨୭ରେ କଳିଙ୍ଗ ଷ୍ଟାଡିୟମ୍ ଏବଂ ନଭେମ୍ବର ୨୮ରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି ନେଇ ଘୋଷଣା କରିଛି।ସାଧାରଣ ଦର୍ଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଇଥିବା ଘୋଷଣା ଅନୁସାରେ ଉଭୟ ସ୍ଥାନର କାର୍ଯ୍ୟକ୍ରମ ପାଇଁ ୱେବ୍ସାଇଟ୍ http://ticketgenie.in ଜରିଆରେ ଅନ୍ଲାଇନ୍ ଟିକେଟ ଉପଲବ୍ଧ ହେବ। ଏଥି ପାଇଁ ଦର୍ଶକ ତଥା ଇଚ୍ଛୁକ ବ୍ୟକ୍ତିମାନେ ନଭେମ୍ବର ୨୦ ଅପରାହ୍ନ ୧୨ଟାରୁ ଟିକେଟ କିଣି ପାରିବେ। ଉଭୟ କାର୍ଯ୍ୟକ୍ରମରେ ବଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ପରଫରମାନ୍ସ ଦେବେ। ଏଥିରେ ବଲିଉଡର କିଛି ସେଲିବ୍ରେଟି ସାମିଲ ରହିବେ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’