Breaking

ଶ୍ରୀରାମ ମନ୍ଦିରରେ ୧୪ତମ ବାର୍ଷିକ ସାମୂହିକ ସୁନ୍ଦରକାଣ୍ଡ ପାଠୋତ୍ସବ ଅନୁଷ୍ଠିତ

0

ଭୁବନେଶ୍ବର:ସୀତାରାମ ସତସଙ୍ଗ ମଣ୍ଡଳି ପକ୍ଷରୁ ୧୪ତମ ବାର୍ଷିକ ସାମୂହିକ ସୁନ୍ଦରକାଣ୍ଡ ପାଠୋତ୍ସବ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏକ ଦିନିଆ ଏହି ପାଠୋତ୍ସବରେ ୮୦୦ ଭକ୍ତ ସାମୂହିକ ସୁନ୍ଦରକାଣ୍ଡ ପାଠ କରିଥିଲେ।ଏହି ପାଠୋତ୍ସବର ମୁଖ୍ୟ ଉଦେଶ୍ୟ ଥିଲା ବିଶ୍ବର କଲ୍ୟାଣ ଓ ସମସ୍ଥଙ୍କ ମନରେ ଆଧ୍ୟାମ୍ମିକ ଭାବନା ପ୍ରତିଷ୍ଠା କରିବା।

ସବୁ ବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷରେ ଏହି ପାଠୋତ୍ସବ କରାଯାଏ। ଏହି ପାଠୋତ୍ସବରେ ପୂଜ୍ୟ ସନ୍ଥ ଶ୍ରୀଶ୍ରୀ ରାମନାରାୟଣ ଦାସଜୀ ମହାରାଜ ଯୋଗଦେଇ ପ୍ରବଚନରେ ସାମିଲ ହୋଇଥିଲେ।ପରିଶେଷରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।

loading...

Leave A Reply

Your email address will not be published.