Breaking

ଦାମଙ୍କ ବିସ୍ଫୋରକ ବୟାନ,ଜଣେ ଅଫିସର୍‌ ଓ ୩ ଜଣ ବିଧାୟକଙ୍କ ଦ୍ୱାରା ବିଜେଡି ଚାଲିଛି

0

ଭୁନନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଡା ଦାମୋଦର ରାଉତ ଖୁବଶୀଘ୍ର ବିଦା ହେବାକୁ ଯାଉଛନ୍ତି । ତାଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବିତ କରିବା ପାଇଁ ସୂଚନା ମିଳିଛି । ଡା. ରାଉତ କିଛି ଦିନ ହେଲା ଲଗାତାର ଭାବେ ସରକାର ଓ ଦଳ ବିରୋଧରେ ମତ ରଖି ଚାଲିଛନ୍ତି । ଯାହାକୁ ନେଇ ଦଳ ଭିତରେ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି ଉଠିଛି । ସୋମବାର ଓ ଆଜି ମଙ୍ଗଳବାର ଦୁଇ ଦିନ ଧରି ଜଗତସିଂହପୁର ଜିଲ୍ଲାର ବିଜେଡି ନେତା ଓ କର୍ମୀମାନେ ନବୀନ ନିବାସ ଆସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଡା. ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜଗତସିଂହପୁର ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଷ୍ଣୁ ଦାସ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ସ୍ଥାନୀୟ ନେତାମାନେ ଆସି ନବୀନ ନିବାସରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇଲା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଡା. ରାଉତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ ଏହା ଉପରେ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ।

ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମତ ଦେଇଛନ୍ତି ଦାମୋଦର ରାଉତ । ଏହାସହ ଦଳୀୟ କର୍ମୀଙ୍କୁ ତାଙ୍କ ସମର୍ଥକ ଜୁଲମ କରୁଛନ୍ତି । ନବୀନଙ୍କ ବିରୋଧରେ ସେ କଟୁ ମନ୍ତବ୍ୟ ଦେଉଛନ୍ତି । ଲୋକସଭା ସାଂସଦ କୁଳମଣି ସାମଲଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଂଚଳରେ କୌଣସି କାର୍ଯ୍ୟକଳାପରେ ସହଯୋଗ ନ କରିବାକୁ ସେ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି । ତେଣୁ ଜଗତସିଂହପୁର ଜିଲ୍ଲା ବିଜେଡିର ହିତ ଦୃଷ୍ଟିରୁ ତାଙ୍କୁ ଦଳରୁ ତୁରନ୍ତ ବହିଷ୍କାର ପାଇଁ ଅନୁରୋଧ କରାଯାଇଛି ।
ସେପଟେ ତାଙ୍କ ବିରୋଧରେ ଅଭିଯୋଗକୁ ନେଇ ଦାମୋଦର ରାଉତ ଦଳୀୟ ପ୍ରସଙ୍ଗରେ ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି- ‘ମତେ ମନ୍ତ୍ରିମଣ୍ଡଳରୁ ମୋ ଅଜାଣତରେ ବହିଷ୍କାର କରାଯାଇଛି। ମତେ ଉପସଭାପତି ପଦରୁ ବହିଷ୍କାର କରାଯାଇଛି। ପର୍ଯ୍ୟବେକ୍ଷକ ପଦରୁ ବି ବହିଷ୍କାର କରାଯାଇଛି। ମୋ ପାଖରେ ଆଉ କ’ଣ ଅଛି କି? ବିଜେଡି ଏବେ ଜଣେ ଅଫିସର, ୩ ବିଧାୟକଙ୍କ ଦ୍ୱାରା ଚାଲିଛି; ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ବବି ଦାସଙ୍କ ଦ୍ୱାରା ଦଳ ଚାଲିଛି, ମୁଁ ସେ ଦଳରେ ଆଉ ନାହିଁ’ ବୋଲି କହିଛନ୍ତି ଦାମୋଦର ରାଉତ।’

loading...

Leave A Reply

Your email address will not be published.