Breaking

ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ ଓ ପୂଜାର୍ଚ୍ଚନା

0

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ତାଙ୍କର ସମର୍ଥକମାନେ ବିଭିନ୍ନ ମନ୍ଦିରରେ ସମୂହ ଦୀପ ଦାନ କରିବାସହ ପୂଜାର୍ଚ୍ଚନା କରିଥିଲେ।ପଳାଶୁଣି ବସ ଷ୍ଟପ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ୧୦୮ ବେଲପତ୍ର ଓ ୧୦୮ ଦୀପ ଦାନ କରାଯିବା ସହ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସମୁହ ଦୀପ ଦାନ କରାଯାଇଥିଲା।୧୦ନଂ ୱାର୍ଡର ପୂର୍ବତନ କର୍ପୋରେଟର ଶ୍ରୀମତୀ ପ୍ରଣତି ନାୟକଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାଶରଥି ନାୟକ,ଭୋଳାନାଥ ମହାରଣା ସରୋଜ ଦାସ,ଭାରତୀ ମହାପାତ୍ର, ରଞ୍ଜିତା ରାଉତରାୟ, କଳ୍ପନା ମଞ୍ଜରୀ ପତି ପ୍ରମୁଖ ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.