Breaking

କରୋନା ଯୋଦ୍ଦାଙ୍କୁ ସଲାମୀ

ଆକାଶରୁ ବର୍ଷିଲା ପୁଷ୍ପ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦେଶ ଦେଲେ ଯୋଦ୍ଧାଙ୍କୁ ସଲାମୀ।ଆକାଶରୁ ପୁଷ୍ପ ବୃଷ୍ଟି କରି
କରୋନା ଯୋଦ୍ଧାଙ୍କୁ ସଲାମ କରିଛନ୍ତି ୩ ବାହିନୀର ସେନା । ଏହି ଅବସରରେ କରୋନା ଯୋଦ୍ଧାଙ୍କ ପାଇଁ ହେଲିକପ୍ଟରରୁ ପୁଷ୍ପ ବର୍ଷା କଲା ଭାରତୀୟ ବାୟୁ ସେନା । ଦେଶକୁ କରୋନା ଭଳି ମହାମାରୀଠାରୁ ବଞ୍ଚେଇ ରଖିବା ପାଇଁ ଦିନରାତି ଅହରହ ଯୁଦ୍ଧ ଚଳାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବାୟୁ ସେନା ପକ୍ଷରୁ ଏଭଳି ସ୍ୱତନ୍ତ୍ର ପ୍ରୟାସ କରାଯାଇଛି । ସୁଖୋଇ ପରି ଲଢୁଆ ବିମାନରୁ ଦେଶର ଅଲଗା ଅଲଗା ଜାଗାରେ କୋଭିଡ ହସ୍ପିଟାଲଗୁଡିକରେ ବାୟୁ ସେନା ପକ୍ଷରୁ ପୁଷ୍ପ ବର୍ଷା କରାଯାଇଛି ।ସେହିପରି ଭୂବନେଶ୍ବରର କିମ୍ସ ଠାରେ କରୋନା ଯୋଦ୍ଦାଙ୍କ ବାୟୁସେନା ବିମାନ କରିଛି ପୁଷ୍ପ ବୃଷ୍ଟି। ବାୟୁସେନାର ଏହି ପ୍ରୟାସ ବାସ୍ତବିକ ପ୍ରସଂସନୀୟ ଓ ଏହି ମୂହୁର୍ତ ଅବିସ୍ମରଣୀୟ ହୋଇ ରହିବ ବୋଲି କରୋନା ଯୋଦ୍ଧା ମତ ଦେଇଛନ୍ତି।

loading...

Leave A Reply

Your email address will not be published.