Breaking

ଘାଟିରେ ଓଲଟିଲା ବସ୍

ଭଞ୍ଜନଗର କଳିଙ୍ଗା ଘାଟିରେ ପ୍ରବାସୀ ଓଡିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ଜଣେ ଗୁରୁତର ।

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ପରି ମହାମାରୀ ଏବେ ଗ୍ରାସ କରିଥିବା ବେଳେ ଏକ ଦୁଃଖ ଖବର ଜନସାଧାରଣରଙ୍କ ଜନମାନସକୁ ବ୍ୟଥିତ କରିଛି। ପ୍ରବାସୀ ଓଡିଆଙ୍କୁ ନେଇ ଓଡିଶା ଫେରିବା ବେଳେ ଘାଟିରେ ଓଲଟିଛି ବସ। ଭଞ୍ଜନଗର କଳିଙ୍ଗା ଘାଟିର ବସ୍ ଓଲଟିଲା । ସୁରତରୁ ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ଅଧ ବାଟରେ ଦୁର୍ଘଟଣା । ଗଞ୍ଜାମ- କନ୍ଧମାଳ ମଝିରେ ଏହି ବସ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିବା ବେଳେ ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଦୁର୍ଘଟଣାଗ୍ରସ୍ତ ବସର ନାଁ ଶ୍ରୀ ପଟେଲ।ବର୍ତମାନ ଉଦ୍ଧାରକାଯ୍ର୍ୟ ଜାରିରହିଛି।

loading...

Leave A Reply

Your email address will not be published.