Breaking

ସମାଜ ସେବାହି ମୋର ଏକମାତ୍ର ବ୍ରତ: ଯୁବନେତା ଅଭିଳାଷ ମାଣିଆ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜଧାନୀ ଭୁବନେଶ୍ବରରେ ଯୁବ ନେତା ତଥା ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆ ଏହି ବିଶ୍ବ ମହାମାରୀ କରୋନା ପରିସ୍ଥିତିରେ ଭୁବନେଶ୍ବର ବାସୀଙ୍କ ସୁଖଦୁଃଖରେ ନିଜକୁ ସାମିଲ୍ କରିବା ସହ ନିଜ ସହଯୋଗୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏହି ଘଡି ସନ୍ଧି ମୁହୂର୍ତ୍ତରେ ବସ୍ତି ବାସିନ୍ଦା, ସାହି ବାସିନ୍ଦା ଓ ଅସହାୟ ଲୋକମାନଙ୍କ ସେବା ପାଇଁ ଦିନ ରାତି ପରିଶ୍ରମ କରି ନିଜ ପ୍ରୟାସ ଜାରି ରଖିଛନ୍ତି , ଲକ ଡାଉନ ଆରମ୍ଭରୁ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ନିଜ କନିଷ୍ଠ ସହଯୋଗୀ ତଥା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ , ମାସ୍କ , ରନ୍ଧା ଖାଦ୍ୟ ବଣ୍ଟନ ସହ ବୁଲା ପଶୁ ପକ୍ଷୀ ମାନଙ୍କ ପାଇଁ ଆହାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା.ଶ୍ରୀଯୁକ୍ତ ମାଣିଆଙ୍କ ତରଫରୁ ବିଶ୍ବ ମହାମାରୀ କରୋନା ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ମନ୍ଦିରରେ ପୂଜାଅର୍ଚ୍ଚନା କରାଯିବା ସଂଙ୍ଗେ ପ୍ରତେକ ଧର୍ମାନୁଷ୍ଠାନର ପୂଜକ ଭାଇନାମାନଙ୍କୁ ରାସନ ସାମଗ୍ରୀ ଓ କଞ୍ଚା ପରିବା ପ୍ରଦାନ କରାଯାଇଥିଲା ଏବଂ ପ୍ରତେକ ଦିନ କଂଗ୍ରେସ ଭବନ ଠାରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଶ୍ରୀ ସଂଙ୍କୁନା କଂହରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବର ଗରିବ ଅସହାୟ ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଉଛି ଏବଂ ତା ସହ ଏହି ବିଶ୍ବ ମହାମାରୀ କରୋନାର ଯୋଦ୍ଧା ସମ୍ମାନୀୟ ପୋଲିସ କର୍ମଚାରୀ,ସାମ୍ବାଦିକ ଓ ସଫେଇ କର୍ମଚାରୀମାନଙ୍କୁ ମାସ୍କ ସହ ସାନିଟାଇଜର ବଣ୍ଟନ କରାଯାଇଥିଲା , ଅସହାୟ ଲୋକମାନେ ଏହି ସମୟରେ ଯୁବନେତା ଶ୍ରୀଯୁକ୍ତ ଅଭିଳାଷ ମାଣିଆ ଓ ତାଙ୍କ ସହଯୋଗୀ ମାନଙ୍କ ଏହି ମହତ୍ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ନିଜ ସୁଖଦୁଃଖର ସାଥୀ ଭାବେ ଗ୍ରହଣ କରିଛନ୍ତି .

loading...

Leave A Reply

Your email address will not be published.