Breaking

ଓଡିଶାର ଛାତ୍ରମାନଙ୍କ ପାଇଁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଉଦଘୋଷିତ ବିବିଧ ଛାତ୍ରବୃତ୍ତି

0

ଭୂବନେଶ୍ବର:“ସମୟର ପରିବର୍ତ୍ତନ ସହ ତାଳ ଦେଇ ନବନିଯୁକ୍ତ ପ୍ରତିଭାଧାରୀଙ୍କଠାରୁ ଓ୍ୟଦ୍ୟୋଗିକ ପ୍ରତ୍ୟାଶା ବହୁ ପରିବର୍ତ୍ତିତ ହୋଇଛି ଏବଂ ଫଳରେ ସମଗ୍ର ପୃଥିବୀର ବିଶ୍ୱବିଦ୍ୟାଳୟମାନଙ୍କୁ ଶିକ୍ଷାର ଆଦର୍ଶ ସୁଧାରିବାକୁ ପଡିଛି, ଯଦ୍ଦ୍ୱାରା ଆଜିର ଯୁବକ ମାନଙ୍କୁ ଔଦ୍ୟୋଗିକ ପ୍ରତ୍ୟାଶା ଅନୁରୂପ ପ୍ରଶିକ୍ଷିତ ହୋଇପାରିବେ” ବୋଲି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ମୁଖ୍ୟ ପ୍ରଫେସର ପ୍ରଭାଦୀପ ସିଂହ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପ୍ରଫେସର ସିଂହ ଭୁବନେଶ୍ୱରଠାରେ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କେନ୍ଦ୍ର ଉଦ୍‍ଘାଟନ କରିବାକୁ ଆସିଥିଲେ, ଯେଉଁଠାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ‘ଲକ୍ଷ୍ୟ’ ନାମକ ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ ଆରମ୍ଭ କରିଛି, ଯାହାର ଲକ୍ଷ୍ୟ ହେଉଛି ଓଡିଶାର ଛାତ୍ରମାନଙ୍କୁ ନିଃଶୁଳ୍କ ବୃତ୍ତିଗତ ପରାମର୍ଶ ପ୍ରଦାନ କରିବା । ଏହାର ବିଶଦ ବିବରଣୀ ଉଲ୍ଲେଖ କରି ପ୍ରଫେସର ସିଂହ କହିଲେ, “ଭୁବନେଶ୍ୱରର ଜୟଦେବ ବିହାରଠାରେ ଅବସ୍ଥିତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କାର୍ଯ୍ୟାଳୟରେ ବର୍ଷସାରା ଓଡିଶାର ଛାତ୍ରମାନଙ୍କୁ ନିଃଶୁଳ୍କ ବୃତ୍ତିଗତ ପରାମର୍ଶ ମିଳିପାରିବ ।” ଏହି ସୁବିଧା ଅନୁସାରେ ଓଡିଶା ରାଜ୍ୟର ଯେ କୌଣସି ମାଟ୍ରିକ, ୧୦+୨ ବା ସ୍ନାତକ ଛାତ୍ର ଏହି ବୃତ୍ତିଗତ ଦିଗ୍‍ଦର୍ଶନ ଲାଭ କରିବା ପାଇଁ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କାର୍ଯ୍ୟାଳୟକୁ ଆସିପାରିବେ । ଏଠାରେ ସେମାନଙ୍କର ଏକ ମାନସିକ ଦକ୍ଷତା ମାପନ କରୀକ୍ଷା କରାଯାଇ ବିଶଦ ବୃତ୍ତିଗତ ପରାମର୍ଶ ବିବରଣୀ ପ୍ରଦାନ କରାଯିବ, ଯାହା ସେମାନଙ୍କୁ ଜୀବନର ସର୍ବାଧିକ ଜଟିଳ ନିଷ୍ପତ୍ତି, ଅର୍ଥାତ୍‍ ବୃତ୍ତିଚୟନ କରିବାରେ ସାହାଯ୍ୟ କରିବ ବୋଲି ସେ କହିଥିଲେ ।
“ଭାରତର ବିଶ୍ୱବିଦ୍ୟାଳୟମାନେ ଯୁବକମାନଙ୍କୁ ନିଯୁକ୍ତିକ୍ଷମ କରିବା ଉପରେ ଦୃଷ୍ଟି କେନ୍ଦ୍ରିତ କରିବା ଉଚିତ ଯାହା ଉଦ୍ୟୋଗ ପାଇଁ ସମତାଳ ହେବା ଦରକାର, ଯଦ୍ଦ୍ୱାରା ସେମାନଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରି ପରିବର୍ତ୍ତିତ । ଦୃଶ୍ୟପଟ ଅନୁସାରେ ଶୈକ୍ଷିକ ପାଠ୍ୟକ୍ରମରେ ଉନ୍ନତି କରିବାକୁ ହେବ” ବୋଲି ପ୍ରଫେସର ସିଂହ କହିଥିଲେ । ସେ ଆହୁରି କହିଲେ ଯେ ନିଗମ ଜଗତରେ ଦେଖାଯାଉଥିବା ଗତିଶୀଳ ଦୃଶ୍ୟପଟ ଶିକ୍ଷାନୁଷ୍ଠାନମାନଙ୍କୁ ନୂତନ ପିଢି କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବାର ଚାହିଦା ସୃଷ୍ଟି କରିଛି, ଯାହା ଆଜିର ଯୁବକମାନଙ୍କୁ ସେମାନଙ୍କର ନିଯୁକ୍ତିଗତ ସମ୍ଭାବନାକୁ ବିସ୍ତାରିତ କରି ବୃତ୍ତିଗତ ଦିଗନ୍ତକୁ ପ୍ରସାରିତ କରିପାରିବ ।
ପ୍ରଫେସର ସିଂହ କହିଲେ ଯେ ସଂପ୍ରତି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ବିବିଧ ବୃତ୍ତିଗତ ପାଠ୍ୟକ୍ରମରେ ଓଡିଶାର ୨୩୦ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ କେବଳ ଭୁବନେଶ୍ୱରର । ଏଥିରୁ ଜଣାଯାଉଛି ଯେ ଚଣ୍ଡିଗଡ଼ର ସୁନ୍ଦର ନଗରୀ ଏହି ରାଜ୍ୟର ଛାତ୍ରମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଏକ ଗ୍ରାହ୍ୟ ଲକ୍ଷ୍ୟସ୍ଥଳ ରୂପେ ଆଶୁ ରୂପାୟିତ ହେବାରେ ଲାଗିଛି । ୨୦୧୮ ରେ ଓଡିଶାର ଛାତ୍ରମାନଙ୍କର ଉପଲବ୍ଧିର ବିବରଣୀ ପ୍ରଦାନ କରି ପ୍ରଫେସର ସିଂହ କହିଲେ, “ମେକାନିକାଲ ଇଞ୍ଜିନିୟରିଙ୍ଗ ଛାତ୍ର ଅଭିଷେକ କଶ୍ୟପ ତିନୋଟି ସର୍ବୋକ୍ରୃଷ୍ଟ କମ୍ପାନୀ ନିଉ ସିଗ୍‍ମା, ଗଡରେଜ ଓ ହ୍ୟୁଣ୍ଡାଇରୁ ନିଯୁକ୍ତି ପତ୍ର ପାଇଥିବା ବେଳେ ଭୁବନେଶ୍ୱରର ହୋଟେଲ ପରିଚାଳନା ଛାତ୍ରୀ କବିତା ଅଗ୍ରୱାଲ ଜେ ଡବ୍‍ଲ୍ୟୁ ମାଟିଅଟ, ପାର୍କ ପ୍ଲାଜା, ରାଡିସନ ଓ ଥୋମାସ କୁକ୍‍ରୁ ନିଯୁକ୍ତ ସୁଯୋଗ ପାଇଛନ୍ତି ।
ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କର ଉପଲବ୍ଧି ବିଷୟରେ ପ୍ରଫେସର ସିଂହ କହିଲେ, “ଗତବର୍ଷ ତୁଳନାରେ ଏ ବର୍ଷ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ନିଯୁକ୍ତି ସଂସ୍ଥାପନ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୧୮ ରେ ୫୧୩୨ ଛାତ୍ର ୪୯୨ ବହୁରାଷ୍ଟ୍ରୀୟ ସୁଯୋଗ ପାଇଛନ୍ତି । ବିଶ୍ୱବିଦ୍ୟାଳୟର ସର୍ବାଧିକ ବାର୍ଷିକ ବେତନ ପ୍ରାପ୍ତି ରେକର୍ଡ ମଧ୍ୟରେ ଉତ୍ତର ଭାରତରେ ଆମାଜନର ୩୧.୭୭ ଲକ୍ଷ ଟଙ୍କାର ବାର୍ଷିକ ବେତନ ଅନ୍ତର୍ଭୁକ୍ତ ।” ଅନ୍ୟ ପ୍ରୟାସ ମଧ୍ୟରେ ଅଦ୍ୟାବଧି ଚଣ୍ଡିଗଡ ଛାତ୍ରମାନଙ୍କ ଦ୍ୱାରା ୨୨୦ ଟି ଦଲିଲ ଉପସ୍ଥାପନ କରାଯାଇଛି ଓ ୬୩ ଟି କାର୍ଯ୍ୟ ଆରମ୍ଭ କରାଯାଇଛି ।
ଓଡିଶାର ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତିର ଘୋଷଣା କରି ପ୍ରଫେସର ସିଂହ କହିଲେ, “ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ତାର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା CUSAT – ୨୦୧୯ ମାଧ୍ୟମରେ ବିବିଧ ପାଠ୍ୟକ୍ରମ ପାଇଁ ୮୦୦ ଛାତ୍ର ବୃତ୍ତି ପ୍ରଦାନ କରୁଛି, ଯାହା ସାରା ଭାରତରେ ବିଭିନ୍ନ ପରୀକ୍ଷା କେନ୍ଦ୍ରର ଅପ୍ରେଲ ଓ ମଇ ମାସରେ ଅନୁଷ୍ଠିତ ହେବ ଛାତ୍ରବୃତ୍ତି ଯୋଜନାରେ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ୨୦୧୯-୨୦ ଶିକ୍ଷା ବର୍ଷରେ ୧୦୯ ରୁ ଅଧିକ ବିବିଧ ବୃତ୍ତିଗତ ପାଠ୍ୟକ୍ରମରେ ୧୦୦% ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଆଜି ଆଉ ଏକ ଘୋଷିତ ଛାତ୍ରବୃତ୍ତି ସମ୍ବନ୍ଧରେ ପ୍ରଫେସର ସିଂହ କହିଲେ, “ଓଡିଶାର ବିଦ୍ୟାଳୟ ଶିକ୍ଷକ ଓ ବିଶ୍ୱବିଦ୍ୟାଳୟ / ମହାବିଦ୍ୟାଳୟ ଅଧ୍ୟାପକମାନଙ୍କର ପିଲାମାନଙ୍କୁ ରାଷ୍ଟ୍ରର ଦୃଢ ଭବିଷ୍ୟତ ନିର୍ମାଣ ଦିଗରେ ସେମାନଙ୍କର ଅବଦାନକୁ ସମ୍ମାନ ଦେବା ଦୃଷ୍ଟିରୁ ଛାତ୍ରବୃତ୍ତିର ୧୦% ପ୍ରଦାନ କରାଯିବ ।”

loading...

Leave A Reply

Your email address will not be published.