Breaking

ଓଡ଼ିଶାର ଗର୍ବ ‘କ୍ରୀସ୍ ଏଲ୍ଇଡ଼ି’ କୁ ମିଳିଲା ସମ୍ମାନଜନକ ୱାର୍ଲ୍ଡ ସିଗ୍ନେଚର ଆୱାର୍ଡ଼ ୨୦୧୯

0

ଭୁୁବନେଶ୍ୱର: ଗୁଣବତ୍ତା ସମ୍ପନ୍ନ ଏଲ୍ଇଡ଼ି ନିର୍ମାଣରେ ଚଳିତ ବର୍ଷର ବ୍ରାଣ୍ଡ ନିମନ୍ତେ କ୍ରୀସ୍ ଇଣ୍ଡିଜେନସ୍ ଟେକ୍ନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡ଼୍ କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ୱାର୍ଲ୍ଡ ସିଗ୍ନେଚର ଆୱାର୍ଡ଼ରେ ସମ୍ମାନିତ କରାଯାଇଛି ।ଇଂ ପ୍ରଶାନ୍ତ କୁମାର ମହାନ୍ତି, ‘କ୍ରୀସ୍ ଏଲ୍ଇଡ଼ି’ ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଗୋଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ଼୍ର ଖ୍ୟାତନାମା ଅଭିନେତା ଗୋବିନ୍ଦାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବିଦ୍ୟୁତ୍ ଏବଂ ଯାନ୍ତ୍ରିକ କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ଇଂ. ପ୍ରଶାନ୍ତ କୁମାର ମହାନ୍ତି ହେଉଛନ୍ତି ଜଣେ ପ୍ରବାସୀ ଭାରତୀୟ, ଯିଏ କି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ୧୭ ଅକ୍ଟୋବର ୨୦୧୪ରେ ନିଜ ରାଜ୍ୟ ଓଡ଼ିଶାରେ ଏହି କମ୍ପାନୀ ଗଠନ କରି “କ୍ରୀସ୍ ଏଲ୍ଇଡ଼ି” ବ୍ରାଣ୍ଡ ନାମରେ ବଜାର ପ୍ରବେଶ କରିଛି ।
ୱାର୍ଲ୍ଡ ସିଗ୍ନେଚର ଆୱାର୍ଡ଼ ୨୦୧୯ ଗ୍ରହଣ କରିବା ଅବସରରେ ଇଂ. ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି ଯେ, ଏହି ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ଆମେ ବହୁତ ଖୁସି ଅନୁଭବ କରୁଛୁ । କ୍ରୀସ୍ ଏଲ୍ଇଡ଼ି ସର୍ବଦା ନିଜ ଉପଭୋକ୍ତାଙ୍କର ଆବଶ୍ୟକତା ନିମନ୍ତେ ଅଦ୍ୱିତୀୟ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାର ସମାଧାନ ପାଇଁ ଓଡ଼ିଶାର ଏକ ଗୌରବ ଭାବେ ପରିଗଣିତ ହୋଇଆସୁଅଛି । ଏହି ଭାବନା ଏବଂ ଇଚ୍ଛାଶକ୍ତି ସହିତ ଆମେ ଭବିଷ୍ୟତରେ ଆମ ଉପଭୋକ୍ତାଙ୍କୁ ଅଭିନବ ଏବଂ ଗୁଣାତ୍ମକ ମାନର ଉଜ୍ଜ୍ୱଳ ଆଲୋକର ସମାଧାନ ପ୍ରଦାନ କରିବା ନିମନ୍ତେ ଆମେ ପ୍ରତିଶୃତିବଦ୍ଧ । କମ୍ପାନୀ ପାଖରେ ବିଭିନ୍ନ ଅନୁପ୍ରୟୋଗ ନିମନ୍ତେ ଅନ୍ତରାଷ୍ଟ୍ରୀୟ ଗୁଣବତ୍ତା ସମ୍ପନ୍ନ ଉଜ୍ଜ୍ୱଳ ଆଲୋକ ସମାଧାନର ଏକ ବିସ୍ତୃତ ଶୃଙ୍ଖଳ ରହିଛି ଏବଂ କୌଣସି ପରିସ୍ଥିତିରେ ୨ ବର୍ଷର ୱାରେଣ୍ଟି ସହିତ ସୁଲଭ ମୂଲ୍ୟରେ ପ୍ରଭାବୀ ଏବଂ ଉର୍ଜ୍ଜା ପ୍ରଦାନ କରିଥାଏ । କମ୍ପାନୀରେ ଏଲ୍ଇଡ଼ି ପ୍ୟାନେଲ ଲାଇଟ୍ସ, ସର୍ଫେସ୍ ପ୍ୟାନେଲ ଲାଇଟ୍ସ, ଫ୍ଲଡ୍ ଲାଇଟ୍ସ, ସୋଲାର ଲାଇଟ୍ସ, ଷ୍ଟ୍ରିଟ୍ ଲାଇଟ୍ସ, ଏଲ୍ଇଡ଼ି ବଲ୍ୱ, ଏଲ୍ଇଡି ଟ୍ୟୁବ୍ ଲାଇଟ୍ସ, ସୋଲାର ଲଣ୍ଠନ, ସୋଲାର ଇନ୍ଭର୍ଟର, ସୋଲାର ପ୍ୟାନେଲ ଲାଇଟ୍ସ, ଏଲ୍ଇଡି ଟିଭି ଏବଂ ସିସି ଟିଭି ଆଦି ସାମଗ୍ରୀ ନିର୍ମାଣ କରୁଛି । କମ୍ପାନୀ ପ୍ରତି ବ୍ଲକ ଏବଂ ପଞ୍ଚାୟତସ୍ତର ମାଧ୍ୟମରେ ରାଜ୍ୟର ଗ୍ରାମୀଣ କ୍ଷେତ୍ରରେ ଏଲ୍ଇଡ଼ି ଷ୍ଟ୍ରୀଟ ଲାଇଟ ର ବ୍ୟବସ୍ଥା ପ୍ରଦାନ ଦିଗରେ ମଧ୍ୟ କାର୍ଯ୍ୟ କରୁଅଛି । ଏହାବ୍ୟତୀତ କେନ୍ଦ୍ର ସରକାର, ରାଜ୍ୟ ସରକାର, କର୍ପୋରେଟ କ୍ଷେତ୍ର, ମେଡ଼ିକାଲ, ଶିକ୍ଷାନୁଷ୍ଠାନ ଏବଂ ରିଅଲ୍ ଇଷ୍ଟେଟ୍, ମଲ୍ ଆଦି ଘରୋଇ କମ୍ପାନୀ କ୍ଷେତ୍ରରୁ ମଧ୍ୟ ସମର୍ଥନ ଏବଂ ପ୍ରୋତ୍ସାହନ ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୱାର୍ଲ୍ଡ ସିଗ୍ନେଚର ଆୱାର୍ଡ଼ (ଡବ୍ଲ୍ୟୃଏସ୍ଏ) ହେଉଛି ପ୍ରଡକ୍ଟ ଇନୋଭେସନ ଓ ସର୍ଭିସ କ୍ୱାଲିଟି (ଉତ୍ପାଦରେ ନୂତନତା ଏବଂ ସେବାରେ ଗୁଣବତ୍ତା) ଉପରେ ଆଧାରିତ ସର୍ବ ବୃହତ୍ତ ମତଦାନ ପୁରସ୍କାର ମଧ୍ୟରୁ ଅନ୍ୟତମ । ଡବ୍ଲ୍ୟୃଏସ୍ଏ ବର୍ତ୍ତମାନ ବିଶ୍ୱସ୍ତରୀୟ ଉଦ୍ଦେଶ୍ୟରହିତ ଭାବେ କାମ କରୁଛି : ଯେପରିକି ଉପଭୋକ୍ତାମାନଙ୍କୁ ବଜାରରେ ପ୍ରଚଳିତ ଉତ୍ତମ ଉତ୍ପାଦ ଏବଂ ସେବା ବିଷୟରେ ଗାଇଡ଼୍ କରିବା ଏବଂ ଗୁଣ ଓ ଉଦ୍ଭାବନ ନିମନ୍ତେ ଉତ୍ପାଦକଙ୍କୁ ପୁରସ୍କୃତ କରିବା ।

loading...

Leave A Reply

Your email address will not be published.