Breaking

ଘରୁ ତଡିଦେଲା ପୁଅ,ରାଜ ରାସ୍ତାରେ ସ୍ବାଧିନତା ସଂଗ୍ରାମୀ

ଯଥାଶୀଘ୍ର ସରକାର ବୃଦ୍ଧଙ୍କୁ ନ୍ୟାୟ ଦେବା ସହ ଥଇଥାନ ବ୍ୟବସ୍ଥା କରନ୍ତୁ :ଓଡ଼ିଶା ସାମାଜସେବୀ ମହାସଂଘ

0

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପାଳିତ ହେବ ଦେଶରେ ଗଣତନ୍ତ୍ର ଦିବସ। ତେବେ ଆଜି ମଧ୍ୟ ସ୍ବାଧୀନତା ସଂଗ୍ରାମୀ ଅବହେଳିତ। ନିଜ ଯିବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଗ୍ରାମ। ସେତେବେଳେ ଦେଶର ସ୍ବାଧିନତା ପାଇଁ ସଂଗ୍ରାମ କରୁଥିବା ମଣି‌ଷଟିକୁ ରହିବା ପାଇଁ ରାହା ନାହିଁ। ଏପରି ଅବହେଳାର ଶିକାର ହୋଇଛନ୍ତି ବରିଷ୍ଟ ସ୍ବାଧିନତା ସଂଗ୍ରାମୀ ରାଜ କିଶୋର ମହାନ୍ତି। ନିଜ ପରିବାର ଲୋକଙ୍କ ପାଖରେ ରାହା ନମିଳିବାରୁ ଏବେ ସେ ରାଜ ରାସ୍ତାରେ। ଏଣୁ ସରକାର ତାଙ୍କ କଥା ବୁଝନ୍ତୁ ବୋଲି ଦାବି କରିଛି ଓଡ଼ିଶା ସାମାଜସେବୀ ମହାସଂଘ। ମହାସଂଘ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯିବା ସହ ଉତ୍କଳ ସାମ୍ବାଦିକ ଭବନରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କ୍ଷେଭ ପ୍ରକାଶ କରାଯାଇଥିଲା। ମହାସଘର ଉପଦେଷ୍ଟା ଲିଙ୍ଗରାଜ ସାହୁ ଓ ସଭାପତି ନାରାୟଣ ଚନ୍ଦ୍ର ଓଝା ଏହି ସାମ୍ବାଦିକ ସମ୍ମିଳନୀରେ ମାନବିକତା କ୍ଷୁର୍ଣ୍ଣ ହେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସ୍ବାଧିନତା ସଂଗ୍ରାମୀ ଶ୍ରୀ ମହାନ୍ତିଙ୍କ ପାଇଁ ପ୍ରଶାସନ ତୁରନ୍ତ ହସ୍ତେକ୍ଷେପ କରି ସମସ୍ୟା ସାମଧାନ କରିବକୁ ଦାବି କରାଯାଇଛି। ଏହି ସମ୍ମିଳନୀରେ କାଳୀ ବେହେରା, ରଞ୍ଜନ ପଣ୍ଡା, ଡ଼ ଅସିତ ଦାଶ, ବିନ୍ଦଦାସ ଚିନୁ, ସିପୁ ପଣ୍ଡା, ଅନ୍ନା ପାତ୍ର ଓ ସଭ୍ୟ ସାମିଲ ହୋଇଥିଲେ।

ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ ମାସକୁ ସ୍ବାଧିନତା ସଂଗ୍ରାମୀ ଭର୍ତ୍ତା ୯ହାଜାର ଟଙ୍କା ମିଳୁଥିବା ବେଳେ ଏହାକୁ ବଡ଼ ପୁଅ ନେଇଯାଆନ୍ତି। ତେବେ ରହିବା ପାଇଁ ସୁବିଧା ନାର୍ହି। ଦୁଇ ପୁଅ ଗୋଟିଏ ଝିଅ। ଝିଅ ବିବାହ ହୋଇ ଯାଇଛନ୍ତି। ବଡ଼ ପୁଅ ସାମନ୍ତରାପୁରଠାରେ ଶଶୁର ଘରେ ରହୁଥିବା ବେଳେ ସାନ ପୁଅ ପଣ୍ଡିଚେରୀରେ ରହୁଛନ୍ତି।

ସେ ହେଉଛନ୍ତି କାକଟପୁର ନିକଟ କନ୍ଦଳପୁର ଗ୍ରାମର ଆଶୁକବି ଜ୍ୟୋତି ରାଜ କିଶୋର ମହାନ୍ତି। ବୟସ- ୯୫ବର୍ଷ। ମାତା- ରେଖା ଦେବୀ ଓ ପିତା- ବାଉରୀବନ୍ଧୁ ମହାନ୍ତି। ସେ ବନମାଳୀପୁର ଉଚ୍ଚ ପ୍ରାଥମିକ, କାକଟପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ, ନିମାପଡ଼ା ଜୁବୁଲି ହାଇସ୍କୁଲରେ ପାଠ ପଢ଼ିଥିଲେ। ୧୯୪୨ମସିହାରେ ପାଟଣା ବିଶ୍ବବିଦ୍ୟାଳୟରୁ ମାଟ୍ରିକ୍‌ ପାଶ କରିଥିଲେ। ୧୯୫୪ରେ ସିଟି, ୧୯୫୫ରେ ଆଇ.ଏ, ୧୯୫୮ରେ ବିଏ, ୧୯୬୦ରେ ବି.ଇ.ଡି, ୧୯୬୨ରେ ଏମ୍ଏ. ପାଶକରିଥିଲେ। ବୃତ୍ତି ତାଙ୍କର ଥିଲା ଶିକ୍ଷକତା। ଯେଉଁଥିରେ ଯୋଗୁଁ ତାଙ୍କ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହାରଥିଲା ଶତକଡ଼ା ୯୮ପ୍ରତିଶତ। ତାଙ୍କ କହିବା ଅନୁଯାୟୀ ୧୯୩୮ମସିହାରୁ ୧୯୪୭ପର୍ଯ୍ୟନ୍ତ ସେ ସ୍ବାଧିନତା ଆନ୍ଦୋଳନରେ ସକ୍ରିୟ ସାମିଲ ହୋଇଥିଲେ। ୧୯୪୨ମସିହା ସେପ୍ଟେମ୍ବର ୧୬ତାରିଖ ନିମାପଡ଼ା ଗୁଳିକାଣ୍ଡ ବେଳେ ଉପସ୍ଥିତ ସୁରେନ୍ଦ୍ର ନାଥ ଦ୍ବିବେଦୀ, ମୋହନ ଦାଶ, ଯଦୁମଣି ଜେନା, ବାଙ୍କ ବିହାରୀ ଦାସଙ୍କ ସହଯେଗୀଥିଲେ। ସେ ଭୂଦାନ ଆନ୍ଦୋଳନରେ କାର୍ଯ୍ୟ କରିବା ସହ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପାଇଁ ବାବୁରାଓ ପାଲଧିକରଙ୍କୁ ସହଯୋଗ କରିଥିଲେ।

loading...

Leave A Reply

Your email address will not be published.