Breaking

ବସ୍ ରେ ବିଷ୍ପୋରଣ : ଜାମ୍ମୁ ରେ ହାଇଆଲର୍ଟ

0

ଜାମ୍ମୁ :ଜାମ୍ମୁରେ ଆଜି ଏକ ବିସ୍ଫୋରଣ ହୋଇଛି । ବସଷ୍ଟାଣ୍ଡରେ ଛିଡା ହୋଇଥିବା ସମୟରେ ଦିନ ପ୍ରାୟ ୧୧.୩୦ ସମୟରେ ଏକ ବସ୍ ଉପରେ ଗ୍ରେନେଡ ମାଡ ହେବା ଦ୍ବାରା ବସରେ ଧମାକା ହୋଇଛି। ସୂଚନା ଅନୁସାରେ ଏ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି ।ପୋଲିସ ସଂପୃକ୍ତ ଅଚଂଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁୁ ନିଆଯାଉଛି । ତେବେ ଏ ବସଟି ଜାମ୍ମୁ-କାଶ୍ମୀର ରାଜ୍ୟ ପରିବହନର ବୋଲି ଜଣାପଡିଛି । ବସଷ୍ଟାଣ୍ଡରେ ବସ ଛିଡା ହୋଇଥିବା ସମୟରେ ଧମାକା ହୋଇଥିଲା ଓ ଏହି ସମୟରେ କିଛି ଲୋକ ବି ବସ ଭିତରେ ଥିଲେ ।ବିଷ୍ପୋରଣ ସ୍ଥାନ ନିକଟରେ ଏକ ଫଳ ବଜାର ରହିଛି । ପୋଲିସ ଏହି ବଜାରର ଲୋକଙ୍କଠାରୁ ମତାମତ ନେଉଛି । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି ପୋଲିସ । ଏହାବ୍ୟତୀତ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । କୌଣସି ସଂଗଠନ ପକ୍ଷରୁ ଏ ଆକ୍ରମଣ ନିଜକୁ ଦାୟୀ କରିନଥିଲେ ମଧ୍ୟ ପୋଲିସ ସିସିଟିଭି ଯାଂଚ କରିବା ସହ ଏହାକୁ ଅତି ଗମ୍ଭୀରତାର ସହ ନେଇଛି।

loading...

Leave A Reply

Your email address will not be published.