Breaking

ସମ୍ବିତ ପାତ୍ରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

0

ଭୁବନେଶ୍ବର: ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପୁରୀ ଅଞ୍ଚଳରେ ଘରେ ଘରେ ସମ୍ବିତ ପାତ୍ର ଘଣ୍ଟା ବାଣ୍ଟୁଛନ୍ତି । ଦୋକାନୀ ମାନଙ୍କୁ ମଧ୍ୟ ଘଣ୍ଟା ଦେଇଛନ୍ତି । ନିର୍ବାଚନ ରାଲି କରି ବୁଲୁଥିବା ବେଳେ ସମ୍ବିତ ଘଣ୍ଟା ବାଣ୍ଟୁଛନ୍ତି ଏବଂ ଘଣ୍ଟାରେ ନିଜ ଫଟୋ ସହ ଭାରତୀୟ ଜନତା ପାର୍ଟିର ଲୋଗୋ ରହିଛି । ଯାହାକି ନିର୍ବାଚନ ଆଚରଣବିଧି କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି। ଅତୀତରେ ମଧ୍ୟ ଉଜ୍ବଳା ଯୋଜନାରେ ସେ ଲୋକଙ୍କୁ ଭ୍ରମିତ କରିଛନ୍ତି । ତେଣୁ ଏହି ଖର୍ଚ୍ଚକୁ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବାକୁ ଦାବି କରିଛି ବିଜେଡ଼ି। ଏହା ଛଡ଼ା ଏହି ଘଟଣା ଉପରେ ଗୁରୁତ୍ବ ଦେଇ ମୁଖ୍ୟାନିର୍ବଚନ ଅଧିକାରୀଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

loading...

Leave A Reply

Your email address will not be published.