Breaking

ନେଦରଲାଣ୍ଡସ୍‌କୁ ହରାଇ ବେଲଜିୟମ ହକି ବିଶ୍ୱ କପ୍‌ ଚାମ୍ପିଅନ୍‌

0

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ବେଲଜିୟମ୍‌ ଚାମ୍ପିଅନ୍‌ ହୋଇଛି। ବିଶ୍ୱ କପ୍‌ ଇତିହାସରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ବିଜେତା ନିର୍ଣ୍ଣୟ ହୋଇଛି ପେନାଲଟି ସୁଟ୍‌ଆଉଟ୍‌ରେ । ଆଉ ପ୍ରଥମଥର ଫାଇନାଲ୍‌କୁ ଆସି ଟାଇଟଲ୍‌ ଜିତିଛି ବେଲଜିୟମ । ତିନି ଥର ଚାମ୍ପିଅନ୍‌ ଶକ୍ତିଶାଳୀ ନେଦରଲାଣ୍ଡସକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି ।ନିର୍ଦ୍ଧାରିତ ସମୟରେ କୌଣସି ଗୋଲ୍ ନେହେବାରୁ ପେନଲାଟି ସୁଟ୍ ଆଉଟର ସାହାରା ନିଆଯାଇଥିଲା। ଯେଉଁଥିରେ ୩-୨ରେ ବାଜି ମାରିନେଲା ବିଶ୍ଵର ତୃତୀୟ ମାନ୍ୟତାରେ ଥିବା ବେଲଜିୟମ। ଏହା ସହିତ ୨୦୧୪ରେ ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆଠୁ ହାରି ରନର୍ସ ଅପରେ ସନ୍ତୁଷ୍ଟ ରହିଥିବା ନେଦରଲାଣ୍ଡ୍ସ ପୁଣି ଥରେ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।ଆଜିର ଫାଇନାଲ ମୁକାବିଲା ଫାଇନାଲ ପରି ହୋଇଥିଲା। ଖଚାଖଚ ଭରା କଳିଙ୍ଗ ଷ୍ଟାଡିୟମରେ ୧୫ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଗହଣରେ ତୀବ୍ର ପ୍ରତିଦ୍ଵନ୍ଦୀତା କରିଥିଲେ ବେଲଜିୟମ ଓ ନେଦରଲାଣ୍ଡ୍ସ। କେହି କାହାରିକୁ ଛାଡିବା ଅବସ୍ଥାରେ ନଥିଲେ। ପୂରା ମ୍ୟାଚରେ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା।

loading...

Leave A Reply

Your email address will not be published.