Breaking

ତେଲୁଗୁ ସିନେମାରେ ବାବୁସାନ

0

ଭୁବନେଶ୍ବର: ଓଡ଼ିଆ ସିନେମାର ଚର୍ଚ୍ଚିତ ଅଭିନେତା ବାବୁସାନ ଏବେ ତେଲୁଗୁ ସିନେମାରେ ନଜର ଆସିବେ । ନିକଟରେ ବ୍ରହ୍ମପୁରରେ ଏକ
ବଡ଼ ଉତ୍ସବ ଭିତରେ ତାଙ୍କର ଆଗାମୀ ସିନେମା ‘ଅନ୍ତର୍ଯ୍ୟାମୀ’ର ଘୋଷଣା ସାଙ୍ଗକୁ ଫାଷ୍ଟଲୁକ୍ ବା ପୋଷ୍ଟର ରିଲିଜ୍ ହୋଇଛି ।

ଏହି ସିନେମାଟି ହିନ୍ଦୀ, ଓଡ଼ିଆ ସମେତ ତେଲୁଗୁ ଭାଷାରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି । ଅମ୍ରିତ ନିଶାଦ ପ୍ରଯୋଜିତ ଏହି ସିନେମାର କାହାଣୀ, ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଶିବ ସତ୍ୟମ୍ ।କଥାବସ୍ତୁ ରଚନା କରିଛନ୍ତି କୌଶିକ ପଙ୍ଗୁଲୁରି ଏବଂ ତାଙ୍କୁ ସହାୟତା କରିଛନ୍ତି ସ୍ବାତୀରାଣି। ସଙ୍ଗୀତ ନିର୍ଦ୍ଦେଶନାରେ ଜିଜେ କାର୍ତ୍ତିକେୟନ ଏବଂ ସମ୍ପାଦନାରେ ଅସ୍ଥିତ କୁମାର ରହିଛନ୍ତି । ସହ ପ୍ରଯୋଜନାରେ ଇନ୍ଦଲା ରାମାରାଓ ରହିଛନ୍ତି।

loading...

Leave A Reply

Your email address will not be published.