Breaking

ଏବେ “ଗ୍ୟାଙ୍ଗସ୍‌ ଅଫ ବ୍ରହ୍ମପୁର”

0

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର ଆଉ ଏକ ଧମାକା ! ୱେବ୍ ସିରିଜ୍‌ “ଗ୍ୟାଙ୍ଗସ୍‌ ଅଫ ପୁରୀ” ର ଅପୂର୍ବ ସଫଳତା ପରେ ପୁଣି ଥରେ କଞ୍ଚାଲଙ୍କା ନେଇ ଆସୁଛି ମେଗା ୱେବ୍ ସିରିଜ୍‌ “ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର” । “ଗ୍ୟାଙ୍ଗସ୍‌ ଅଫ ବ୍ରହ୍ମପୁର” ଦର୍ଶକମାନେ ବହୁ ମାତ୍ରାରେ ଗ୍ରହଣ କରିବେ ଏଥିପାଇଁ, ଏହି ଓ୍ବେବ୍‌ ସିରିଜ୍‌ରେ କ୍ରାଇମ,ଡ୍ରାମା ଥିଲର ତଥା ବ୍ରହ୍ମପୁରର କଳା ସଂସ୍କୃତି ଐତିହ ଏବଂ ଅନ୍ୟପକ୍ଷରେ ଏଠିକାର ଅପରାଧକୁ ନେଇ ପ୍ରସ୍ତୁତ ଏହି ୱେବ ସିରିଜ୍‌ରେ ଦର୍ଶକ ଦେଖିବାକୁ ପାଇବେ । ଏହାର ନିର୍ମାତା ଓ ନିର୍ଦ୍ଦେଶକ “ଗ୍ୟାଙ୍ଗସ୍‌ ଅଫ ପୁରୀ”ର ନେମ୍ ଆଉ ଫେମ୍ ଅନୁପମ୍ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ଏହାର ନିର୍ଦ୍ଦେଶନା ସହିତ ପ୍ରଯୋଜନାର ଦାୟିତ୍ୟ ବହନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶକ ଅନୁପମ୍ କହିଛନ୍ତି, ଆମେ “ଗ୍ୟାଙ୍ଗସ୍‌ ଅଫ ପୁରୀ”ର ଦର୍ଶକଙ୍କ ଆହୃତିରେ ଅତ୍ୟନ୍ତ ଖୁସି । ଆମର ଚେଷ୍ଠା ଆମେ “ଗ୍ୟାଙ୍ଗସ୍ ଅଫ ବ୍ରହ୍ମପୁର” ସିରିଜ୍‌କୁ ଆହୁରି ଅତି ଉଚ୍ଚମାନର ସହିତ ପ୍ରସ୍ତୁତ କରିବୁ । ସାରା ବିଶ୍ଵରେ ରହୁଥିବା ଆମ ଓଡ଼ିଆ ଦଶର୍କ ମାନେ ଏହି ବ୍ୟୟ ବହୁଳ ସରିଜ୍‌କୁ ଉପଭୋଗ କରିବେ । “ଗ୍ୟାଙ୍ଗସ୍‌ ଅଫ୍ ବ୍ରହ୍ମପୁର” କୁ ନେଇ କଞ୍ଚାଲଙ୍କାର ମୁଖ୍ୟ ଅକ୍ଷୟ ପରିଜା କୁହନ୍ତି, ସବୁବେଳେ ଆଉ ସବୁ ସମୟରେ ଆମ ମାଟିର କାହାଣୀ ଆମ ଦର୍ଶକଙ୍କ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମର ଚେଷ୍ଠା ରହି ଆସିଛି ।

loading...

Leave A Reply

Your email address will not be published.