Breaking

୧୮ତାରିଖରେ ପୁନମଙ୍କ କୋଳକୁ କିଏ ଫେରିବ ?

0

ଭୁବନେଶ୍ବର: ଶୁଣିବାକୁ ମିଳୁଛି ଓଲିଉଡ ସୁନ୍ଦରୀ ପୁନମ ମିଶ୍ର ଖୁସି ଖବର ଦେବାକୁ ଯାଉଛନ୍ତି। କାହିଁକି ନା ଆସନ୍ତା ସେପ୍ଟେମ୍ବର ୧୮ତାରିଖରେ ତାଙ୍କ କୋଳକୁ କିଏ ଫେରୁଥିବା ନେଇ ଚର୍ଚ୍ଚା ହେଉଛି । ସେଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ଏକ ହୋଟେଲ ପରିସରରେ ତାଙ୍କ ପାଇଁ ଏକ ଉତ୍ସବର ପରିବେଶ ସୃଷ୍ଟି କରାଯାଇଥିଲା। ସେଠି ସମସ୍ତ କଳାକାର ଉପସ୍ଥିତ ରହି ତାଙ୍କର ଆଗାମୀ ଯାତ୍ରା ପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଆପଣମାନେ ଏକଥା ପଢ଼ି ନିଶ୍ଚିତ ଭାବେ ଦ୍ବନ୍ଦ୍ବରେ ପଡୁଥିବେ କିନ୍ତୁ କଥାଟା ବାସ୍ତବରେ ଯାହା ଭାବୁଛନ୍ତି ତାହା ନୁହେଁ । କଥା କ’ଣ କି, ୧୮ତାରିଖ ସନ୍ଧ୍ୟା ୬.୩୦ରେ ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ଜୀସାର୍ଥକରେ ଓ୍ବାଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି । ଯେଉଁଥିରେ ମୁଖ୍ୟ ଚରିତ୍ରରେ ପୁନମ ଅଭିନୟ କରିଛନ୍ତି ।

ଆଉ ମଙ୍ଗଳବାର ସନ୍ଧ୍ୟାରେ ପୁନମଙ୍କ ପାଇଁ ଉତ୍ସବର ଆୟୋଜନ ହୋଇନଥିଲା ବରଂ ଏହି ସିନେମାର ଅଡିଓ ରିଲିଜ୍ ହୋଇଥିଲା। ଯେଉଁଠି ପୂରା ଟିମ୍ ଉପସ୍ଥିତ ରହି ସିନେମାଟିକୁ ଦେଖିବା ଲାଗି ଦର୍ଶକଙ୍କୁ ନିବେଦନ କରିଥିଲେ । ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟ ଜିତିପାରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଜୀସାର୍ଥକ ଫିଲ୍ମସ୍‌ ବ୍ୟାନରରେ ତଥା ସାଇ ହରି ଭିଜନ ପ୍ରଡକ୍ସନ୍ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଜ୍ୟୋତି ପଣ୍ଡା ଓ ପ୍ରଥମ ଥର ପାଇଁ ଜୀସାର୍ଥକର ଚଳଚ୍ଚିତ୍ରରେ ପୁନମ ମିଶ୍ରଙ୍କୁ ଦର୍ଶକମାନେ ଦେଖିବେ । ତେବେ ସିନେମାରେ ଶିଶୁ କଳାକାର ସାଲୋନିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ । ଶିଶୁ ଭୃଣ ହତ୍ୟା ସମ୍ପର୍କିତ ଏକ ବଳିଷ୍ଠ ବାର୍ତ୍ତା ସହ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବେଶ୍ ଉଚ୍ଚକୋଟିର ହୋଇଛି। ଓଲିଉଡରେ ହଲଚଲ ଖେଳାଉଥିବା ସଞ୍ଜୟ ନାୟକ ନିଜେ କାହାଣୀ ଲେଖି ନିର୍ଦ୍ଦେଶନା ଦେଇଛନ୍ତି। ରବି ମିଶ୍ର ପ୍ରଯୋଜନା ଭାର ସମ୍ଭାଳିଥିବାବେଳେ ଗୁଡଲୀ ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାରିବାରିକ କାହାଣୀ ସହ ରୋମାନ୍ସ ଓ ରୋମାଞ୍ଚ କାହାଣୀରେ ଭରି ରହିଛି । ଶିଶୁ କଳାକାରଙ୍କୁ ନେଇ ଅନେକ ଏକ୍ସପେରିମେଣ୍ଟ କରି ସାରିଥିବା ସଞ୍ଜୟ ନାୟକ ପୁଣିଥରେ ଏହି ସିନେମା ମାଧ୍ୟମରେ ଆଉ କିଛି ବଡ଼ ଧମାକା କରିବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ଏଇ ଜୀସାର୍ଥକରେ ମୁକ୍ତିଲାଭ କରିଥିଲା ସଞ୍ଜୟଙ୍କ ଏକ ଚର୍ଚ୍ଚିତ ସିନେମା ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ ।

loading...

Leave A Reply

Your email address will not be published.