ଜାକର୍ତା: ଏସିଆନ୍ସ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍ ମିକ୍ସଡ୍ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇ ଶୁଟର ପଦକ ରାଉଣ୍ଡରେ ମୋଟ ୪୨୯.୯ ପଏଣ୍ଟ ହାସଲ କରି ପ୍ରୋଡିୟମର ୩ୟ ସ୍ଥାନ ଅଧିକାର କରିଛନ୍ତି। ରବି କୁମାର ଓ ଅପୂର୍ବୀ ଚନ୍ଦେଲାଙ୍କୁ ଦେଶର ମାନ୍ୟଗନ୍ୟ ସୁଟର୍ସଙ୍କ ମଧ୍ୟରେ ଗଣନା କରାଯାଉଛି । ଏହି ଦୁଇଜଣ କମନ ୱେଲଥ ଖେଳରେ ମଧ୍ୟ ଉତମ ପ୍ରଦର୍ଶନ କରି ୧୦ମ ଏୟାର ରାଇଫଲରେ ଭାରତ ପାଇଁ ବ୍ୟକ୍ତିଗତ ବ୍ରୋଂଚ ମେଡାଲ ଜିତି ଥିଲେ ।ଆଗକୁ ଅପୂର୍ବୀ ଏବଂ ରବି ବ୍ୟକ୍ତିଗତ ୧୦ ମିଟର୍ ଏୟାର ରାଇଫଲ୍ରେ ଭାଗ ନେବେ। ଏଥିରେ ସେମାନେ ପଦକ ଜିତିବା ନେଇ ଆଶା କରାଯାଉଛି।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’