Breaking

ନବରଙ୍ଗପୁର ଏସପିଙ୍କ ଦବଙ୍ଗଗିରି ! ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ ବସ୍

0

ନବରଙ୍ଗପୁର:ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ । ଅର୍ଡଲିଙ୍କୁ ଶହେ ଥର କରାଇଲେ ବସଉଠ। ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଯୋଗ ଅନୁଯାୟୀ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା ଏସ୍‌ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି । ଗତ କିଛି ମାସ ହେଲା ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।ଅର୍ଡରଲି କର୍ମଚାରୀଙ୍କ କହିବାନୁସାରେ ପ୍ରତ୍ୟେକଦିନ ଏସପି କୌଣସି କାରଣ ନଥାଇ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । କାମ ସାରିବା ପରେ ଖାଇବାକୁ ଛୁଟି ଦେଉନଥିଲେ । କୌଣସି କାମରେ ବିଳମ୍ବ ହେଲେ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ଜଣେ କର୍ମଚାରୀଙ୍କ କୌଣସି ଭୁଲ ନଥିଲେ ମଧ୍ୟ ତାଙ୍କୁ ଶହେ ଥର ଉଠ ବସ କରାଇବା ସହିତ ୨୦ ରାଉଣ୍ଡ ନିଜ କମ୍ପାଉଣ୍ଡରେ ଦୌଡିବାକୁ କହିଥିଲେ ।ରବୀନ ଲିମା ଦୌଡୁ ଦୌଡୁ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏସ୍ପି ଅଫିସର ଅନ୍ୟ ଜଣେ କର୍ମଚାରୀ ଦେବରାଜ ଚଣ୍ଡ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏସ୍ପି ତାଙ୍କୁ ମଧ୍ୟମାଡ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍ପି।

You May Like Here:

           ⇓ 

loading...

Leave A Reply

Your email address will not be published.