Breaking

ହରିଦ୍ୱାରରେ ବିସର୍ଜନ ହେଲା ବାଜପେୟୀଙ୍କ ଅସ୍ଥି

0

ଉତ୍ତରପ୍ରଦେଶ: ଭାରତରତ୍ନ, ପଦ୍ମବିଭୂଷଣ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ଆଜି ହରିଦ୍ୱାରରେ ବିସର୍ଜନ କରାଯାଇଛି । ୨ କିଲୋମିଟର ବ୍ୟାପୀ ଏକ କଳାସ ଯାତ୍ରା କରାଯାଇଥିଲା । ଭଲା କଲେଜ ପରିସରରୁ ବାହାରି ପୌଢ଼ୀଯାଏଁ କଳାସ ଯାତ୍ରା ଯାଇଥିଲା । ଏହି କଳାସ ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ ଯୋଗଦେଇଥିଲେ । ଏହି କଳାସ ଯାତ୍ରା ଏକ ବିରାଟ ପଟୁଆରରେ ଯାଇଥିଲା । ହଜାର ହଜାର ସଂଖ୍ୟକ ଲୋକେ ଏଥିରେ ସାମିଲ ହୋଇଥିଲେ । ଏହି ଯାତ୍ରା ଜନସମୁଦ୍ରରେ ପରିଣତ ହୋଇଥିଲା । ଦିଲ୍ଲୀ ସ୍ମୃତିସ୍ଥଳରୁ ବାଜପେୟୀଙ୍କ ପବିତ୍ର ଅସ୍ଥିକୁ ତିନୋଟି କଳସରେ ଭର୍ତ୍ତି କରାଯାଇଥିଲା । ଝିଅ, ଜ୍ୱାଇଁ, ନାତୁଣୀ ଓ ପରିଜନମାନତ ଅସ୍ତି କଳସକୁ ନେଇ ହରିଦ୍ୱାରରେ ପହଁଚିଥିଲେ । ଭଲ୍ଲା କଲେଜଠାରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାରେ ପରିବାର ବର୍ଗଙ୍କ ସହିତ ରାଜନାଥ ସିଂହ, ଅମିତ ଶାହା, ଯୋଗୀ ଆଦିତ୍ୟ ନାଥ ଓ ତ୍ରିବେନ୍ଦ୍ର ସିଂହ ରାୱତ ମଧ୍ୟ ସାମିଲ ଥିଲେ । ପ୍ରାୟ ଦୁଇ କିଲୋମିଟର ପର୍ୟ୍ୟନ୍ତ କଳସ ଶୋଭାଯାତ୍ରା ହୋଇଥିଲା । ହଜାର ହଜାର ଲୋକ ବାଟରେ ଫୁଲ ବିଛାଇଥିଲେ । ଏହା ପରେ ଅସ୍ଥିତ ବିସର୍ଜନ କରାଯାଇଥିଲା ।

You May Like Here:

           ⇓ 

loading...

Leave A Reply

Your email address will not be published.