Breaking

ଅମିତ ଶାହାଙ୍କ ଟାର୍ଗେଟରେ ନବୀନ ! କହିଲେ ୨୦୧୯ରେ ବିଜେଡି ଯିବା ନିଶ୍ଚିତ

0

ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି କି, ଆଜି ସଂକଳ୍ପର ଦିନ। ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ମାତୃଶକ୍ତି ଦୁଇ ହାତ ଟେକି ନବୀନ ସରକାରକୁ ହଟାଇବାର ସଂକଳ୍ପ ନିଅନ୍ତୁ। ନବୀନବାବୁଙ୍କ ବିଫଳ ସରକାର ବିରୋଧରେ ରାଜ୍ୟର ମାତୃଶକ୍ତି ଯଦି ଏକଯୁଟ ହେବେ ତେବେ ରାଜ୍ୟରେ ୨୦୧୯ରେ ଭାଜପାର ମୁଖ୍ୟମନ୍ତ୍ରୀ ଆସିବା ସହ କେନ୍ଦ୍ରରେ ମଧ୍ୟ ଭାଜପାର ପ୍ରଧାନମନ୍ତ୍ରୀ ଆସିବେ।ଆଜିର ସମାବେଶ ନବୀନ ସରକାର ପାଇଁ ମୃତ୍ୟୁ ଘଂଟି ସଦୃଶ ହେବ । ନବୀନ ସରକାର ପ୍ରତି ବିମୁଖତା ଆଜିର ସମାବେଶର ପ୍ରତିଫଳନ ।
ଏହାକୁ ଲାଗୁ କରୁ ନାହାନ୍ତି । ଏହା ଲାଗୁ କଲେ ମୋଦୀଙ୍କ ଲୋକପ୍ରିୟତା ବଢିଯିବ । ଫଳରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ଘାଟାରେ ପଡିବ । ଗରିବ ଲୋକଙ୍କ ଉନ୍ନତି ପାଇଁ ମୋଦୀ ପଇସା ପଠାଉଛନ୍ତି । କିନ୍ତୁ ଏହା ଲୋକଙ୍କ ପାଖରେ ପହଁଚୁ ନାହିଁ । ରାଜ୍ୟ ସରକାରଙ୍କ ଅଫିସରମାନେ ଏହାକୁ ଖାଇ ଦେଉଛନ୍ତି ।ଆଗାମୀ ନିର୍ବାଚନରେ ବିଜେଡିକୁ ଓପାଡିକି ଫିଙ୍ଗିବା ପାଇଁ ଭାଜପା କର୍ମୀ ଶପଥ ନିଅନ୍ତୁ ବୋଲି ମହିଳା ସମାବେଶରେ ଉଦବୋଧନ ଦେଇଛନ୍ତି ଶାହା ା

loading...

Leave A Reply

Your email address will not be published.