Breaking

ଶାହା ଦେଲେ ସଞ୍ଜିବନୀ

0

ଭୂବନେଶ୍ବର:ଚାଣକ୍ୟଙ୍କ ରଣହୁଙ୍କାର ।ଘନଘନ ଆଟାକ୍।ରାଜନୀତିକ ଉଷ୍ଣତା ଭିତରେ ରାଜ୍ୟ ସରକାରଙ୍କ ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟ ଥିବା ବେଳେ ଶାହାଙ୍କ ଆଜି ଗର୍ଜନ ଶୁଣିବାକୁ ମିଳିଛି। ଓଡ଼ିଶାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଚାଣକ୍ୟ। ବିଜେପି ସରକାର ଆସିଲେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହେବ । ଓଡ଼ିଶା ବିକାଶରେ ବାଧକ ରାଜ୍ୟ ସରକାର । ରାଜ୍ୟର ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିପାରିନି । ସରକାରଙ୍କର ନୀତି ଓ ନୈତିକତାର ଅଭାବ ରହିଛି । ବିଜେପି ସରକାରଙ୍କ ଆୟୁଷ୍ମାନ ଯୋଜନା ମୋଦିଙ୍କ ଲୋକପ୍ରିୟତା ଭୟରେ ନବୀନ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡ଼ିଶାକୁ ଦୀର୍ଘ ବର୍ଷ ବିଜେଡ଼ି ଓ କଂଗ୍ରେସ ଶାସନ କରିବି ଲୋକଙ୍କ ବିକାଶ ଅପହଞ୍ଚ। ଏବେ ୫ ବର୍ଷ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ କରିବୁ ନଂ ୧। ମଜବୁର ନୁହେଁ ମଜଭୁତ ସରକାର ଦେଇପାରିବ ବିଜେପି ।୧୯ବର୍ଷ ଏଠି ନବୀନ ସରକାର ଶାସନ କରି ମଧ୍ୟ କିଛି ଉନ୍ନତି ହୋଇପାରୁ ନାହିଁ । ସରକାର ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବିକୁ ମଧ୍ୟ ସୁରକ୍ଷା ଦେଇପାରୁନି । ବର୍ତ୍ତମାନର ସରକାରକୁ ବଦଳାଇ ମୋଦିଙ୍କୁ ୫ବର୍ଷ ଦେଲେ ଓଡିଶା ଦେଶର ଏକ ନଂ ରାଜ୍ୟ ହେବ । ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏମାନେ ଓଡିଶାର ଉନ୍ନତି କରିପାରିବେ ନାହିଁ । ମୋଦି ସରକାର ପୁଣିଥରେ ଶାସନର ଚାବି ଦେବା ପାଇ ଆହ୍ବାନ ଦେଇଛନ୍ତି ଶାହା।ତେବେ ଶାହାଙ୍କ ଏହି ଆଭିମୁଖ୍ୟ ରାଜ୍ୟ ରାଜନୀତିରେ କି ପ୍ରଭାବ ପକାଇବ ତାହା ଦେଖିବା ବାକିରହିଲା।

loading...

Leave A Reply

Your email address will not be published.