ନୂଆଦିଲ୍ଲୀ:ରାଫେଲକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବିବାଦକୁ ନେଇ ଆସିଛି ନୂଆ ମୋଡ । ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାର ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ ପକ୍ଷ ରଖି କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ସମ୍ପର୍କିତ କିଛି କାଗଜପତ୍ର ଚୋରି ହୋଇଯାଇଛି । ନିର୍ଦ୍ଦିଷ୍ଟ ଖବରକାଗଜରେ ଯେଉଁ ଗୋପନୀୟ କାଗଜ କଥା ଛପାଯାଇଛି ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସୁପ୍ରିମକୋର୍ଟରେ ଏଜି କେ.କେ ବେଣୁଗୋପାଳ କହିଛନ୍ତି ।ପ୍ରତିରକ୍ଷା ମନ୍ତ୍ରଣାଳୟରୁ ତଥ୍ୟ ଚୋରି କରାଯାଇ ମାମଲାର ଜଟିଳ ଓ ଆଗକୁ ବଢାଯାଇଛି । ଏହି ମାମଲା ଅତି ଗୁରୁତ୍ୱପୂର୍ଣ୍ଣ ଓ ସଂପୃକ୍ତ ଖବରକାଗଜ କିଛି ଗୋପନୀୟ ତଥ୍ୟକୁ ସାର୍ବଜନୀନ କରିଛି ।ରାଫେଲ ମାମଲାର ଶୁଣାଣି ବେଳେ ଆବେଦନକାରୀ ପ୍ରଶାନ୍ତ ଭୂଷଣ ୮ ପୃଷ୍ଠାର ନୋଟ କୋର୍ଟକୁ ଦେଖାଇଥିଲେ ଓ ଏ ନେଇ ନୂଆ ପ୍ରମାଣ ଗ୍ରହଣ କରାଯିବନି, ପୁରଣା ତଥ୍ୟ ଆଧାରରେ ହି ଶୁଣାଣି ହେବ ହେବ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ବେଣୁଗେପାଳ ଆହୁରି କହିଥିଲେ, ମାମଲାର ନ୍ୟାୟିକ ସମୀକ୍ଷା ହେଲେ ଭବିଷ୍ୟତର କ୍ରୟ ଉପରେ ଖରାପ ପ୍ରଭାବ ପଡିବ । ସେ କହିଥିଲେ, କିଛି ମିଡିଆ ରିପୋର୍ଟ କୋର୍ଟକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି । ଗତବର୍ଷ ଡିସେମ୍ବରରେ ରାଫେଲ ମାମଲାର ଶୁଣାଣି କରି ରାଫେଲ କିଣାରେ କୌଣସି ଗଡବଡ ହୋଇନାହିଁ ବୋଲି ସୁପ୍ରିମ୍କୋର୍ଟ କହିଥିବା ବେଳେ ଆଜି ବିବାଦକୁ ନେଇ ଆସିଛି ନୂଆ ମୋଡ। ତେଣୁ ପ୍ରତିରକ୍ଷା ମନ୍ତ୍ରାଳୟରୁ ରାଫେଲର ଗୋପନୀୟ କାଗଜ ଗାୟବ୍ ହବା ସାଧାରଣରେ ଅନେକ ପ୍ରଶ୍ନ ଠିଆ କରିଛି।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha