Breaking

ଏନ୍ .ଓ୍ବାଇ .ସି .ଏ ତରଫରୁ ନୂତନ ପୋଲିସ ଅଧିକାରୀଙ୍କୁ ଭବ୍ୟ ସ୍ବାଗତ ।

0

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅଞ୍ଚଳରେ ନବ ନିଯୁକ୍ତ ଏସିପି ତଥା ବିଭିନ୍ନ ଥାନାରେ ନୂତନ ଭାବରେ ଯୋଗଦାନ କରିଥିବା ଅଧିକାରୀମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ପୁଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାର ଲକ୍ଷ୍ୟ ନେଇ ସଂଘର ଏହି ପ୍ରୟାସରେ କମିଶନରେଟ୍ ପୁଲିସ୍ର ଜୋନ୍ -୬ ରେ ନବନିଯୁକ୍ତ ଏସିପି ଶ୍ରୀ ତରୁଣ କୁମାର ଦାସ, ଚନ୍ଦ୍ରଶେଖରପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ତଥା ଇନ୍ଫୋସିଟି ଥାନାର ଭାରପ୍ରାପ୍ତ ଅଧିକାରୀ ବିଶ୍ୱଜିତ୍ ମହାନ୍ତି ପ୍ରମୁଖଙ୍କୁ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ତଥା ଯୁବ ସମାଜସେବୀ ବିଶ୍ୱଜତ୍ ପଟ୍ଟନାୟକ (ସିଲୁ), ସଂଘର ଅନ୍ୟାନ୍ୟ ସଭ୍ୟଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଏବଂ ସଂଘର ସ୍ମରଣିକା ପ୍ରଦାନ କରି ସମ୍ବର୍ଦ୍ଧିତ କରବା ସହ ଅଞ୍ଚଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ସଂଘର ୨୫ ବର୍ଷର କାର୍ଯ୍ୟକ୍ରମ, ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି, ପୁଲିସ୍ ପ୍ରସାଶନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀର ଅବଦାନ, ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ବରିଷ୍ଠ ନାଗରିକ ତଥା ମହିଳାମାନଙ୍କ ସୁରକ୍ଷା ଇତ୍ୟାଦି ବିଷୟରେ ଆଲୋଚନା କରାଯିବା ସହ ଏକ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ସଂଘର ସଭ୍ୟମାନେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀମାନଙ୍କ ସହିତ ବିଭିନ୍ନ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ । ଏଥିସହିତ ଅଞ୍ଚଳରେ ଏକ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଉତ୍ସବ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର କିଛି ବୁଦ୍ଧିଜୀବି, ବରିଷ୍ଠ ନାଗରିକ ତଥା ସଂଘର ସଭ୍ୟ ସର୍ବଶ୍ରୀ ବଟକୃଷ୍ଣ ପଣ୍ଡା, କୁମର ବାରିକ, ପ୍ରକାଶ ଚନ୍ଦ୍ର ସାହୁ (ଗଗନ), ଗଦାଧର ରଥ, ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.