Breaking

ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି

0

ଅହମ୍ମଦାବାଦ:ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ ପେଟରୁ ଏହି ସବୁ ସାମଗ୍ରୀକୁ ଡାକ୍ତରମାନେ ବାହାର କରିଛନ୍ତି। ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଏସବୁ ଖାଉଥିବାର ଅନୁମାନ କରାଯାଉଛି ।୪୦ ବର୍ଷୀୟା ସଙ୍ଗୀତା‌ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପେଟ ବହୁତ କଠିନ ହେବା ସହ ଫୁଲି ଯାଇଥିଲା। ନିଃଶ୍ବାସପ୍ରଶ୍ବାସରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲେ। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ପ୍ରଥମେ ଏକ୍ସରେ କରାଯାଇଥିଲା। ରିପୋର୍ଟରେ ଅନେକ ଅଦରକାରୀ ସାମଗ୍ରୀ ତାଙ୍କ ପେଟରେ ଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କର ଅ‌େସ୍ତ୍ରାପଚାର କରାଯାଇଥିଲା। ଫଳରେ ତାଙ୍କ‌ ପେଟରୁ ପିନ୍‌, ବ୍ରେସ୍‌ଲେଟ୍‌, ଚୁଡ଼ି, ମୁଦି, ଚେନ୍‌ ଆଦି ସାମଗ୍ରୀ ବାହାରିଥିଲା। ମହିଳା ଜଣକ ‘ଆକ୍ୟୁଫାଗିଆ’ ରୋଗର ଶିକାର ହୋଇଥିବାରୁ ସେ ଏହିସବୁ ସାମଗ୍ରୀ ଖାଇଥିବା ଡାକ୍ତର ନୀତୀନ୍‌ ପାର୍ମର୍‌ କହିଛନ୍ତି।

loading...

Leave A Reply

Your email address will not be published.