Breaking

ସମୁଦ୍ର ତଳେ ଶୋଇବାର ମଜା

0

ମାଲେ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି। ଏହି ଦୁଇମହଲା ହୋଟେଲର ତଳ ମହଲା ୧୬.୪ ଫୁଟ ସମୁଦ୍ର ପାଣିତଳେ ରହିଛି। ହୋଟେଲ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ୫୫୦ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବାବେଳେ ଏହାର ତଳ ମହଲା ୧୦୨ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ଏଠାରେ ଏକାସଙ୍ଗେ ୯ ଜଣ ଅତିଥି ରହି ସମୁଦ୍ର ତଳେ ଶୋଇବାର ମଜା ନେଇ ପାରିବାର ସୁବିଧା ରହିଛି। ଏହାର ନାମ ମୁରାକା ରଖାଯାଇଛି। ଏଠାରେ ରହିବା ପାଇଁ ଗ୍ରାହକଙ୍କୁ ୬ ମାସ ପୂର୍ବରୁ ବୁକିଂ କରିବାକୁ ପଡୁଛି।

loading...

Leave A Reply

Your email address will not be published.