Breaking

ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଛି : ମୁଖ୍ୟ ବିଶ୍ୱକର୍ମା

0

ପୁରୀ : ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିଲା। ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ ହେଲା। ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ନବକଳେବର ସମୟରେ ଶ୍ରୀମନ୍ଦିର ହୋଇଥିବା ବ୍ରହ୍ମ ବିଭ୍ରାଟ ମାମଲାରେ ୧୧ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି । ଏଥିରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତ ରହିଛନ୍ତି । କୃଷ୍ଣଚନ୍ଦ୍ର ମହାରଣା । ବ୍ରହ୍ମ ବିଭ୍ରାଟ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିବା ପରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତି କି ଦାରୁ ଚିହ୍ନଟରେ ବି ଟଙ୍କା କାରବାର ହୋଇଥିଲା । ଯିଏ ଟଙ୍କା ଦେଲା ସେଠାରୁ ଦାରୁ ଆସିଲା । ଚିହ୍ନଟ ହୋଇଥିବା ଦାରୁରେ ପୋଲା ଥିଲା । ଯାହା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବାରମ୍ବାର ବାଧା ଦେଖା ଦେଇଥିଲା । ଏ ନେଇ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତିଙ୍କୁ ଅବଗତ କରାଇଥିଲୁ । କିନ୍ତୁ କୌଣସି ପଦକ୍ଷେପ ନେଇ ନ ଥିଲେ । ଏହି ପ୍ରସଙ୍ଗରେ ମୁହଁ ଖୋଲିଥିବାରୁ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣଚନ୍ଦ୍ର ମହାରଣା । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ରହ୍ମ ବିଭ୍ରାଟରେ ମହାରଣା ସେବାୟତଙ୍କ କୌଣସି ଦୋଷ ନାହିଁ ।ତେବେ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗକୁ ନେଇ ଦଇତାପତି ନିଯୋଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ।

loading...

Leave A Reply

Your email address will not be published.