Breaking

ଅମରନାଥ ଯାତ୍ରା ନାଁରେ କଶ୍ମୀର ଲୋକଙ୍କୁ ହଇରାଣ କରା ନ ଯାଉ: ମେହବୁବା ମୁଫତି

0

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅମରନାଥ ଯାତ୍ରାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅମରନାଥ ଯାତ୍ରାକୁ ମୁଁ ସମର୍ଥନ କରୁଛି। କିନ୍ତୁ ଏହି ଯାତ୍ରାର ସୁରକ୍ଷା ନାଁରେ କଶ୍ମୀର ଲୋକଙ୍କୁ ପ୍ରବଳ ହଇରାଣ କରାଯାଉଛି। ୪୬ ଦିନିଆ ଯାତ୍ରା ପାଇଁ ଦୁଇଟି ରାସ୍ତାରେ ୪୦ ହଜାର ସେଣ୍ଟ୍ରାଲ ପାରାମିଲିଟାରି ଏବଂ ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଫଳରେ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି। ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ବାର୍ଷିକ ଅମରନାଥ ଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ସରକାର ନିରାପତ୍ତା ବ୍ୟବସ୍ଥା ବଢାଇ ଦେଇଛନ୍ତି। ପବିତ୍ର ଗୁମ୍ଫାକୁ ଯାତ୍ରା କରୁଥିବା ଓ ଫେରୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ ଯାତ୍ରୀମାନଙ୍କୁ ‘ବାରର୍କୋଡ’ ସ୍ଲିପ ଯୋଗାଇଦିଆଯାଇଛି। ଅଧିକ ଜାଗ୍ରତ ରହି ଯାତ୍ରୀମାନଙ୍କ ସମ୍ପୂର୍ଣ୍ଣ ନିରାପତ୍ତା ଉପରେ ଦୃଷ୍ଟି ଦେବାକୁ ସିଆରପିଏଫ ସମେତ ପାରାମିଲିଟାରି ଫୋର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

loading...

Leave A Reply

Your email address will not be published.