Breaking

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ଗଲାଣି ୫୦ ଜଣଙ୍କ ଜୀବନ

0

ଗୁଆହାଟି,୭ା୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଏଥିଯୋଗୁ ୫୦ ଜଣଙ୍କ ଜୀବନ ଗଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ଜୁଲାଇ ୫ ତାରିଖ ସୁଦ୍ଧା ମୋଟ ୧୯୦ ଏଭଳି ମାମଲା ହସ୍ତଗତ ହୋଇଥିବା ସେ କହିଛନ୍ତି। କୋକ୍ରାଝର ଜିଲାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ରାଜ୍ୟରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରି ଡାକ୍ତରଙ୍କ ଛୁଟି ରଦ୍ଦ କରିଦେଇଛନ୍ତି ରାଜ୍ୟ ସରକାର। ରୋଗୀଙ୍କୁ ଯେପରି ଚିକିତ୍ସାରେ ହେଳା sକରା ନ ଯାଏ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

loading...

Leave A Reply

Your email address will not be published.