Breaking

ଭାରତୀୟ ସେନାରେ ଯୋଗଦେଲେ ଧୋନୀ, କରିବେ ଏହି କାମ

0

ଶ୍ରୀନଗର, ୨୫।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବ୍‌ଶୀଘ୍ର ଭାରତୀୟ ସେନା ସହ ଯୋଗ ଦେବାକୁ ଯାଉଛନ୍ତି। ଜୁଲାଇ ୩୧ରେ କଶ୍ମୀରରେ ଥିବା ଟେରିଟୋରିଆଲ୍‌ ଆର୍ମିର ୧୦୬ତମ ପାରାସୁଟ୍‌ ବାଟାଲିୟନ୍‌ରେ ଧୋନୀ ସାମିଲ ହେବେ। ସେନାର ଲେଫ୍ଟନାଣ୍ଟ କର୍ନେଲ(ସମ୍ମାନୀତ) ଥିବା ଧୋନୀ ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏଠାରେ ଅଭ୍ୟାସ କରିବେ। ଧୋନୀ ପାରାସୁଟ୍‌ ବାଟାଲିୟନ୍‌ରେ ଯୋଗ ଦେବାପରେ ଯବାନଙ୍କ ସହ ମିଶି ଗାର୍ଡ ଏବଂ ପାଟ୍ରୋଲିଂ ଭଳି ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ପରେ ଧୋନୀ ୨ ମାସ ପାଇଁ ସେନାରେ ଯୋଗ ଦେଇ ଅଭ୍ୟାସ ପାଇଁ ଅନୁମତି ମାଗିଥିଲେ। ସୂଚନାଯୋଗ୍ୟ, ୨୦୧୧ ବିଶ୍ବକପ ବିଜୟ ପରେ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପୋଷ୍ଟ ମିଳିଥିଲା। ସେଥିପାଇଁ ତ କ୍ରିକେଟରୁ ଟିକେ ସମୟ ପାଇଲେ ଧୋନୀ ସେନାବାହିନୀ ସହ ସାମିଲ ହେବାକୁ ପହଞ୍ଚି ଯାଆନ୍ତି। ତେଣିକି ସେ ସେନା ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ହେଉ କି ପାରା ଗ୍ଲାଇଡିଂ ଶିବିର। ୨୦୧୫ରେ ଆଗ୍ରାର ପାରା ଟ୍ରେନିଂ ସ୍କୁଲ ଯାଇ ପାରା ଗ୍ଲାଇଡିଂ କରିଥିଲେ। ୧୨୦୦ ଫୁଟ ଉଚ୍ଚତାରୁ ଜମ୍ପ କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ ଟିମ ଇଣ୍ଡିଆର ଏହି ସୁପରଷ୍ଟାର। ୨୦୧୮ରେ ପଦ୍ମଭୂଷଣ ପୁରସ୍କାର ଗ୍ରହଣ ସମୟରେ ମଧ୍ୟ ଧୋନୀ ସେନା ପୋଷାକରେ ନଜର ଆସିଥିଲେ। ଜଣେ ପୋଖତ ସୈନିକଙ୍କ ପରି ମାର୍ଚ୍ଚଫାଷ୍ଟ ଆସି ରାଷ୍ଟ୍ରପତି କୋବିନ୍ଦଙ୍କୁ ସାଲ୍ୟୁଟ କରିବା ସହ ପୁରସ୍କାର ଗ୍ରହଣ କରିଥିଲେ ମାହି।

loading...

Leave A Reply

Your email address will not be published.