Breaking

ରିମୋର୍ଟରେ ନିୟନ୍ତ୍ରିତ ହେଉଛି କୁକୁର: କମ୍ପନରୁ ବୁଝୁଛି ଇଶାରା

0

ଜେରୁଜେଲମ୍‌,୨୫।୭: ଇସ୍ରାଏଲ୍‌ରେ କୁକୁରକୁ ରିମୋର୍ଟ ସହାୟତାରେ ନିୟନ୍ତ୍ରିତ କରାଯିବା ଜ୍ଞାନକୌଶଳ ବାହାର କରାଯାଇଛି। ଏହାକୁ ବେନ୍‌-ଗୁରିୟନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ତିଆରି କରିଛନ୍ତି। ଏହାର ଉପଯୋଗ କରି ତାଲିମ୍‌ ପ୍ରାପ୍ତ ଏକ କୁକୁର ପିଠିରେ ଯନ୍ତ୍ରାଶଂ ବାନ୍ଧି ଦିଆଯାଉଛି। ଏହାପରେ ରିମୋର୍ଟ ଦ୍ୱାରା ଏଥିରେ ଏକ ପ୍ରକାର କମ୍ପନ ସୃଷ୍ଟି କରାଯାଇ କୁକୁରକୁ ଦୂରରେ ରହି ମଧ୍ୟ ମାଲିକ ନିୟନ୍ତ୍ରିତ କରି ପାରୁଛନ୍ତି। ତାଇ ନାମକ ୬ ବର୍ଷର ଏହି କୁକୁର ସୃଷ୍ଟି ହେଉଥିବା କମ୍ପନ ଅନୁସାରେ ମାଲିକଙ୍କ ଇଶାରା ବୁଝିବାକୁ ସକ୍ଷମ ହୋଇପାରୁଛି। ଏହି କୁକୁରଟି ଲାବ୍ରାଡୋର ଏବଂ ଜର୍ମାନ ଶେଫର୍ଡର ସଙ୍ଗମରୁ ଜାତ ହୋଇଥିବା କୁହାଯାଉଛି।

loading...

Leave A Reply

Your email address will not be published.