Breaking

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

0

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ରେ ହମ୍‌ବର୍ଗରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଏକମାତ୍ର ବକ୍ସର ଭାବେ ପଦକ ଜିତିଥିବା ଗୌରବ କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଫଗାନିସ୍ତାନର ଓ୍ବାରିସ କରିମିଙ୍କୁ ପରାସ୍ତ କରି ଅନ୍ତିମ-୪’ରେ ପହଞ୍ଚତ୍ଛନ୍ତି। ଏଥିସହ ସେ ଦେଶ ପାଇଁ ମଧ୍ୟ ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲରେ ଗୌରବ ଘରୋଇ ବକ୍ସର ଜୁନ୍‌ମିଲାର୍ଡୋ ଓଗାୟରେଙ୍କୁ ଭେଟିବେ। ଦିଲ୍ଲୀର ଏହି ତାରକା ବକ୍ସର ସେପ୍ଟେମ୍ବରେ ରୁଷିଆରେ ହେବାକୁ ଥିବା ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

loading...

Leave A Reply

Your email address will not be published.