Breaking

ବିଶ୍ୱକପ ସେମିଫାଇନାଲ : ଭାରତ ଆଗରେ ୨୪୦ ରନ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

0

ମାଞ୍ଚେଷ୍ଟର : ଗତ କାଲି ବର୍ଷା ଯୋଗୁଁ ଅସଂପୂର୍ଣ୍ଣ ରହିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଆଜି ଆରମ୍ଭ ହୋଇଛି । ଅବଶିଷ୍ଠ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୪୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । କିଓ୍ଵି ଦଳ ୫୦ ଓଭରରେ ୮ ଓ୍ଵିକେଟରେ ୨୩୯ ରନ କରିଥିଲା । ଦଳ ପକ୍ଷରୁ ରସ ଟେଲର ସର୍ବାଧିକ ୭୪ ଓ ଓ୍ଵିଲିୟମସନ ୬୭ରନ ସଂଗ୍ରହ କରିଥିଲେ । ଭାରତପକ୍ଷରୁ ଭୁବନେଶ୍ୱର କୁମାର ୩ଟି ଓ ବୁମରା,ପାଣ୍ଡ୍ୟା,ଚହଳ ଓ ଜେଦାଜା ୧ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ଗତ କାଲି ୪୬.୧ ଓଭରରେ ବର୍ଷା ଯୋଗୁଁ ଖେଳ ଅଟକିବା ବେଳକୁ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲା । ଆଜି ନ୍ୟୁଜିଲାଣ୍ଡ ସେହି ୪୬.୧ ଓଭରରୁ ନିଜର ବ୍ୟାଟିଂ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ବୁମରା ନିଜର ଅଂସପୂର୍ଣ୍ଣ ଓଭରରୁ ବୋଲି ଆରମ୍ଭ କରିଥିଲେ । ଆଜି ଖେଳ ଆରମ୍ଭ ହେଉ ହେଉ ଭାରତକୁ ସଫଳତା ମିଳିଥିଲା । ୭୪ ରନରେ ଖେଳୁଥିବା ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳି ରସ ଟେଲରଙ୍କୁ ରବିନ୍ଦ୍ର ଜାଦେଜା ଚମତ୍କାର ଫିଲଡିଂ କରି ରନ ଆଉଟ କରିଥିଲେ । ସେହିପରି ୪୮.୧ ଓଭରରେ ଭୁବନେଶ୍ୱଲ କୁମାରଙ୍କ ବଲରେ ରବିନ୍ଦ୍ର ଜାଦେଜା ବାଉଣ୍ଡରୀରେ ଚମତ୍କାର କ୍ୟାଚ ଧରି ଟମ ଲିଥମଙ୍କୁ ଆଉଟ କରିଥିଲେ । ଗତ କାଲି ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।

loading...

Leave A Reply

Your email address will not be published.