Breaking

ସାତଶଙ୍ଖଠାରେ ଏସ୍ଜେ ଡେଭଲପର୍ସର ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଏବଂ ରିସୋର୍ଟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡିଶାର ଅଗ୍ରଣୀ ରିୟଲଇଷ୍ଟେଟ୍ ସଂସ୍ଥା ଏସ୍ଜେ ଡେଭଲପର୍ସ ନିଜର ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଓ ରିସୋର୍ଟ ପ୍ରୋଜେକ୍ଟ ‘ରୟାଲ ପାମ୍ ଭିଲେଜ୍’ ଆରମ୍ଭ ବିଷୟ ଘୋଷଣା କରିଛି । ଏସ୍ଜେ ଡେଭଲପର୍ସର ଏହି ପ୍ରକଳ୍ପ ସାତଶଙ୍ଖ ପୁରୀଠାରେ ୧୮.୫ଏକର ଜାଗାରେ ଏବଂ ସବୁଜ ପରିବେଶ ମଧ୍ୟରେ ପରିବ୍ୟାପ୍ତ ।ଏହି ଅବସରରେ ଏସ୍ଜେ ଡେଭଲପର୍ସ ପକ୍ଷରୁ ରୟାଲ ଭିଲେଜ୍ ରିସୋର୍ଟରେ ଥିବା କନଭେସନ୍, ସ୍ପା ଓ ରିସୋର୍ଟର ପରିଚାଳନା ନିମନ୍ତେ ମେଫେୟାର ହୋଟେଲ ଏବଂ ରିସୋର୍ଟ ସହ ଆସୋସିଏସନ୍ ବିଷୟ ଘୋଷଣା କରିଛି ।

ଏହି ଆସୋସିଏସନ୍ ବିଷୟ ଘୋଷଣା କରି ଏସ୍ଜେ ଡେଭଲପର୍ସ ଆଣ୍ଡ ହାଉସିଂ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ସାଧକ ମିଶ୍ର କହିଲେ, ଆମର ସାତଶଙ୍ଖ ପୁରୀଠାରେ ରୟାଲ ପାମ ଭିଲେଜ୍ର ରିସୋର୍ଟର ପରିଚାଳନା ନିମନ୍ତେ ମେଫେୟାର ହୋଟେଲ ଏବଂ ରିସୋର୍ଟ ସହ ଆସୋସିଏଟ୍ ହୋଇ ଆମେ ଖୁବ୍ ଆନନ୍ଦିତ । ମେ’ଫେୟାର ସହ ଆମର ଏହି ଆସୋସିଏସନ୍ ପ୍ରକଳ୍ପରେ ଭିଲ୍ଲା କ୍ରୟ କରିଥିବା ଗ୍ରାହକମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଆମେନିଟିସ୍ ସୁବିଧା ସେବାର ଅନୁଭୂତି ପ୍ରଦାନ କରିବ । ମୋର ଆଶା ଏହି ଅତ୍ୟାଧୁନିକ ଭିଲ୍ଲା ଗ୍ରାହକମାନଙ୍କ ସ୍ୱପ୍ନର ଭ୍ୟାକେସନ୍ ହୋମ୍ ପୂର୍ଣ୍ଣ କରିବା ସହ ଦୀର୍ଘକାଳୀନ ନିବେଶର ସୁଯୋଗ ଆଣିବ ।

ରୟାଲ ପାମ୍ ଭିଲେଜ୍ରେ ୬୮ଟି ୨ବିଏଚ୍କେ ଏବଂ ୫୨ଟି ୧ବିଏଚ୍କେ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଭିଲ୍ଲା ରହିଛି । ଯେଉଁଥିରେ ପ୍ରାଇଭେଟ୍ ସୁଇମିଂ ପୁଲ, ଉଡେନ୍ ଡେକ୍, ଲନ୍ ଏବଂ ପ୍ରାଇଭେଟ୍ କାର ପାର୍କିଂ ଆଦି ଉପଲବ୍ଧ । ଏହି ପ୍ରକଳ୍ପର ଡିଜାଇନ୍ କୋଲକାତାର ‘ଇନେଟ୍’ ସଂସ୍ଥା କରିଥିବାବେଳେ ଭାରତର ସ୍ୱନାମଧନ୍ୟ କେରଳର ଆୟର ଆଣ୍ଡ ମହେଶ ଆର୍କିଟେକ୍ଟ ଏହାର ଇନ୍ଟେରିୟର୍ କରିଛନ୍ତି ।

ନଡିଆ ଗଛର ସବୁଜିମା ମଧ୍ୟରେ ଥିବା ରୟାଲ ପାମ୍ ଭିଲେଜ୍ରେ ଫିସିଂ ପଣ୍ଡ, ୱାକିଂ ଟ୍ରାକ୍, ଛୋଟ ପିଲାଙ୍କ ପାଇଁ ଖେଳିବା ଜୋନ୍, ଆଉଟ୍ ଡୋର ଗେମ୍, ମନ୍ଦିର ଆଦି ରହିଛି । ହାଇ ସିକ୍ୟୁରିଟି ଗେଟେଡ୍ କ୍ୟାମ୍ପସ୍ ମଧ୍ୟରେ ଥିବା ଏହି ପ୍ରକଳ୍ପରେ ୧୦୦% ପାୱାର ବ୍ୟାକ୍ଅପ୍ ସହ ଅନୁଭବୀ ଫ୍ୟାସିଲିଟି ମ୍ୟାନେଜମେନ୍ଟ ଟିମ୍ ଦ୍ୱାରା ସେବା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ।

loading...

Leave A Reply

Your email address will not be published.