Breaking

ପୁଣି କଟକରେ ବିଭତ୍ସ ହତ୍ୟାକାଣ୍ତ, ଶ୍ରମିକଙ୍କୁ ପଥରରେ ଛେଚି ମାରିଦେଲେ

0

କଟକ: ବାଦାମବାଡ଼ି ବେତବିନ୍ଧାଣୀ ସାହି ହତ୍ୟାକାଣ୍ତ ୨୩ ଦିନ ପରେ ବି ରହସ୍ୟଜନକ ଥିବା ବେଳେ ଆଜି ଆଉ ଏକ ବିଭତ୍ସ ହତ୍ୟାକାଣ୍ତ ଘଟିଛି। ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ଜଣେ ଶ୍ରମିକଙ୍କୁ ଦୁର୍ବୃତ୍ତ ବେକ କାଟିବା ସହିତ ପଥରରେ ମୁଣ୍ତ ଛେଚି ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏପ୍ରକାର ହତ୍ୟାକାଣ୍ଡ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ଥାନା ବଉଳପୁର ପାଟଣାର ଗୋଧି କାଳିଆ ଓରଫ କୋଦଣ୍ତ ରାଉତ(୫୫)। ମଙ୍ଗଳାବାଗ ଥାନା ପୁଲିସ ଶବ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଛି। ବଡ଼ ମେଡିକାଲ୍‌ରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି, ସେ ନେଇ ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ କୌଣସି ସୁରାଗ ଲାଗିନାହିଁ।

ସୂଚନାନୁଯାୟୀ, ଢେଙ୍କାନାଳର ମୃତ ଗୋଧି କାଳିଆ ବିବାହିତ ଥିଲେ। କୌଣସି ବିବାଦକୁ କେନ୍ଦ୍ର କରି ସ୍ତ୍ରୀ ତାଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିଲେ। ତାଙ୍କର ଗୋଟିଏ ପୁଅ ଥିଲା ଏବଂ ସେ ଜନ୍ମରୁ ମା’ ପାଖରେ ରହୁଥିଲା। ଗଲା ୨୦ ବର୍ଷ ହେବ ସେ ଗାଁକୁ ଯାଇନାହାନ୍ତି। ସେ ରାଣୀହାଟ କେନାଲ ରୋଡରେ ଥିବା ରବୀନ୍ଦ୍ର ସାହୁଙ୍କ ଚା’ ଦୋକାନରେ କାମ କରୁଥିଲେ। ସବୁ ଦିନ ପରି ଗତକାଲି ରାତି ୧୦ଟା ବେଳେ କାମ ସାରିବା ପରେ ସେ ମଜୁରି ନେଇ ଫେରିଥିଲେ। ଆଜି ସକା‌େଳ ରାଣୀହାଟ କେନାଲ ରୋଡ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ତାଙ୍କ ମୃତହେଦ ଦେଖିବାକୁ ମିଳିଥିଲା। ଦୁର୍ବୃତ୍ତ ତାଙ୍କ ଗଳା କାଟିବା ସହିତ ମୁଣ୍ତକୁ ଛେଚି ହତ୍ୟା କରିଥିଲେ। ଏ ସ˚କ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଦୋକାନ ମାଲିକ ରବୀନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନୀୟ ଲୋକଙ୍କୁ ସନ୍ଦେହରେ ପଚରାଉଚରା ଚଳାଇଛି। ଅନ୍ୟପଟେ ପୁଲିସ ଢେଙ୍କାନାଳରେ ରହୁଥିବା ତାଙ୍କ ପୁଅ ପିଣ୍ଟୁ ରାଉତକୁ ଖବର ଦେଇଥିଲା। ଅପରାହ୍ନରେ ପୁଅ ମଙ୍ଗଳାବାଗରେ ପହଞ୍ଚିବା ପରେ ବଡ଼ ମେଡିକାଲ୍‌ରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିଲା। ଏ ସ˚କ୍ରାନ୍ତରେ ମଙ୍ଗଳାବାଗ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

loading...

Leave A Reply

Your email address will not be published.