Breaking

ଦେଶରେ ପ୍ରଥମ-ଗୋ ହତ୍ୟା ପାଇଁ ୧୦ ବର୍ଷ କାରାଦଣ୍ଡ ଏକ ଲକ୍ଷ ଟଙ୍କା ଜୋରିମାନା

0

ଅହମ୍ମଦାବାଦ . – ଗୁଜୁରାଟର ଏକ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବାଛୁରୀ ଚୋରାଇବା ପରେ ଏହାକୁ ହତ୍ୟା କରିବା ଅପରାଧରେ ୧୦ ବର୍ଷର କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ସଜ୍ଜା ଶୁଣାଇଛନ୍ତି । ଏହି ମାମାଲା ଗୁଜୁରାଟର ଧୀରୋଜ ସହରର । ନ୍ୟୁଜ ଏଇଟିନ୍‌ ଡଟ୍‌ କମ୍‌ର ଖବର ଆନୁଯାୟୀ ସଲିମ୍‌ ଚାଦର୍‌ ନାମକ ବ୍ୟକ୍ତି ଏକ ବାଛୁରୀକୁ ଚୋରି କରିଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ବାଛୁରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ପରେ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ୍‌ ଏହାର ଫୋରେନ୍‌ସିକ୍‌ ଯାଞ୍ଚ କରାଇଥିଲା । ଯାଞ୍ଚ ବେଳେ ଏହି ମାମଲା ବିଷୟରେ ଅଧିକ ତଥ୍ୟ ମିଳିଥିଲା । ୨୦୧୭ ମସିହାରେ ଗୁଜୁରାଟ ସରକାର ଗୋବଂଶ ସୁରକ୍ଷା ପାଇଁ ଏକ ଆଇନ୍‌ ପାରିତ କରାଇଥିଲେ । ଏଥିରେ ଗୋ ହତ୍ୟା ପାଇଁ ୧୦ ବର୍ଷ କାରାଦଣ୍ଡାଦେଶ ଓ ୫ ଲକ୍ଷ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି ।

ଗୁଜୁରାଟ ଦେଶର ପ୍ରଥମ ରାଜ୍ୟ ଗୋହତ୍ୟା ପାଇଁ ଏତେ କଡା ଆଇନ ପ୍ରଣୟନ କରିଛି । ଚଳିତ ବର୍ଷ ଖାଣ୍ଡବାରେ ଗୋ ହତ୍ୟା ପାଇଁ ଖାଣ୍ଡବା ଜିଲ୍ଲା ପ୍ରଶାସନ ତିନିଜଣ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବଡ ଧରଣ ଜୋରିମାନା ଲଗାଇଥିଲେ ।

loading...

Leave A Reply

Your email address will not be published.